Categories: ଜାତୀୟ

କମଳନାଥଙ୍କ ମନ୍ତବ୍ୟକୁ ନେଇ ରାହୁଲ ଅସନ୍ତୁଷ୍ଟ

ଓ୍ବାୟନାଡ଼, ୨୦।୧୦: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଦ୍ୱାରା ରାଜ୍ୟ ମନ୍ତ୍ରୀ ଇମର୍ତି ଦେବୀଙ୍କ ବିରୋଧରେ ଦିଆଯାଇଥିବା ଆପତ୍ତିଜନକ ମନ୍ତବ୍ୟ ନେଇ ରାହୁଲ ଗାନ୍ଧୀ ମୁହଁ ଖୋଲିଛନ୍ତି। ଏହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ରାହୁଲ କହିଛନ୍ତି। ଏଭଳି ମନ୍ତବ୍ୟ ପ୍ରୟୋଗକୁ ସେ ବ୍ୟକ୍ତିଗତ ଭାବେ ପସନ୍ଦ କରନ୍ତି ନାହିଁ। ରାହୁଲ ସମ୍ପ୍ରତି ଓ୍ବାୟନାଡ଼ ଗସ୍ତରେ ରହିଛନ୍ତି। କମଳନାଥଙ୍କ ମନ୍ତବ୍ୟ ନେଇ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ରାହୁଲ ଏଭଳି ମତପୋଷଣ କରିଛନ୍ତି। ମହିଳାଙ୍କ ପ୍ରତି ହେଉଥିବା ଦୁର୍ବ୍ୟାବହାର ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏଭଳି ଘଟଣା ବନ୍ଦ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ରାହୁଲଙ୍କ ଏଭଳି ମତାମତ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Share