Categories: ଜାତୀୟ

ବିଦେଶରେ ବିଳାପ କରୁଛନ୍ତି ରାହୁଲ, ପ୍ରେମ ନୁହେଁ ଘୃଣା ଦୋକାନ ଖୋଲିବା ତାଙ୍କ ଉଦ୍ଦେଶ୍ୟ: ଭାଜପା…

ନୂଆଦିଲ୍ଲୀ,୧।୬ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ଏମପି ରବି ଶଙ୍କର ପ୍ରସାଦ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ରାହୁଲ ବିଦେଶ ଯାଇ ଦେଶର ଅନୁଷ୍ଠାନକୁ ସମ୍ମାନ କରନ୍ତି ନାହିଁ। ତାଙ୍କର ପ୍ରେମର ବାର୍ତ୍ତା ବାଣ୍ଟିବା ଏକ ବାହାନା। ସେ ଘୃଣାର ଦୋକାନ ବିସ୍ତାର କରୁଛନ୍ତି।

ସେ ଭାରତର ବିକାଶ ବିରୋଧରେ ମନ୍ତବ୍ୟ ଦେଉଛନ୍ତି। ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ତ୍ର ମୋଦିଙ୍କ ବିକାଶ ବିରୋଧରେ ଅବିଶ୍ୱାସ ଏବଂ ଘୃଣା ଭାବ ସୃଷ୍ଟି କରୁଛନ୍ତି। ରାହୁଲଙ୍କ ପ୍ରାଥମିକତା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଘୃଣା ସାରା ବିଶ୍ୱରେ ବିସ୍ତାର କରିବା। ସେମାନେ ଘୃଣାର ଦୋକାନ ଚଳାଇବାକୁ ବାହାରିଛନ୍ତି। ବିଦେଶରେ ଯାଇ ବିଳାପ କରିବା ତାଙ୍କର ଏକମାତ୍ର କାର୍ଯ୍ୟ ପାଲଟିଛି।

Share