ମୁମ୍ବାଇ,୨୧।୧୧ : ଜେଲରୁ ବାହାରିବା ପରେ ଉଦ୍ଧବ ଠାକରେଙ୍କ ଦଳର ନେତା ସଞ୍ଜୟ ରାଉତ ପୁଣି ଥରେ ରାଜନୀତିରେ ସକ୍ରିୟ ହେବାରେ ଲାଗିଛନ୍ତି। ସେ ପୁନର୍ବାର ଗଣମାଧ୍ୟମରେ ଲଗାତାର ଭାବରେ ବିବୃତ୍ତି ଦେଉଛନ୍ତି। ଏଥର ସେ ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ବିବୃତ୍ତି ଦେଇଛନ୍ତି। ସେ ଭାଜପା ନେତାମାନଙ୍କୁ ଟାର୍ଗେଟ କରୁଥିବାବେଳେ ରାହୁଲ ଗାନ୍ଧୀଙ୍କୁ ପ୍ରକୃତ ବନ୍ଧୁ ବୋଲି କହିଛନ୍ତି।
ରାଉତ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏପରି ଜଣେ ବ୍ୟକ୍ତି ଯିଏ ଆଦର୍ଶ ଏବଂ ରାଜନୈତିକ ପାର୍ଥକ୍ୟ ସତ୍ତ୍ୱେ ବନ୍ଧୁ ଭାବରେ ଯୋଡି ହୋଇ ରହିଛନ୍ତି। ଭାଜପାରେ ମୋର ମଧ୍ୟ ବନ୍ଧୁ ଅଛନ୍ତି କିନ୍ତୁ ମୁଁ ଜେଲରେ ଥିବାବେଳେ ସେମାନେ ଖୁସି ହୋଇଥିଲେ, ଏହା ହେଉଛି ମୋଗଲ ଯୁଗର ରାଜନୀତି ।
ଭାରତ ଯୋଡୋ ଯାତ୍ରାରେ ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟ ସତ୍ତ୍ୱେ ରାହୁଲ ଗାନ୍ଧୀ ଗତକାଲି ମୋତେ ଫୋନ କରିଥିଲେ ଏବଂ ଭଲ ମନ୍ଦ ପଚାରି ବୁଝିଛନ୍ତି। ରାହୁଲ କହିଛନ୍ତି ଯେ ଆମେ ଆପଣଙ୍କ ମଙ୍ଗଳ ପାଇଁ ଚିନ୍ତିତ ଏବଂ ଯତ୍ନବାନ ହୁଅନ୍ତୁ, ଆମେ ପୁଣି ଏକାଠି ହୋଇ କାମ କରିବା।