Categories: ଜାତୀୟ

ରାହୁଲ ନୁହନ୍ତି ବଡ଼ ନେତା, ତାଙ୍କୁ ଗୁରୁତ୍ୱ ଦେବାର ନାହିଁ ଆବଶ୍ୟକତା, ଟିଭିରେ ସେ କମ ସମୟ ଦେଖାଯାଉଛନ୍ତି: କଂଗ୍ରେସ ନେତାଙ୍କ ମନ୍ତବ୍ୟ…

ଭୋପାଳ,୧।୧ : ମଧ୍ୟପ୍ରଦେଶର ପୂର୍ବତନ ସିଏମ ଦିଗବିଜୟ ସିଂଙ୍କ ସାନଭାଇ ଲକ୍ଷ୍ମଣ ସିଂ କହିଛନ୍ତି ରାହୁଲ ଗାନ୍ଧୀଙ୍କୁ ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ। କଂଗ୍ରେସର ପୂର୍ବତନ ଏମପି ଲକ୍ଷ୍ମଣ ସିଂ କହିଛନ୍ତି ରାହୁଲ ଗାନ୍ଧୀଙ୍କୁ ଏତେ ବଡ ନେତା ଭାବରେ ବିବେଚନା କରାଯିବା ଜରୁରୀ ନୁହେଁ। ରାହୁଲ କଂଗ୍ରେସ ଦଳର ଜଣେ କର୍ମୀ, ଏହା ବ୍ୟତୀତ ସେ କିଛି ନୁହନ୍ତି। ମଧ୍ୟପ୍ରଦେଶର ଗୁନାସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଖବରଦାତାମାନଙ୍କ ସହ ଆଲୋଚନା କରି ସେ ଏଭଳି କହିଛନ୍ତି।
ଖବରଦାତାମାନେ ତାଙ୍କୁ ପଚାରିଥିଲେ ଯେତେବେଳେ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଲୋକସଭାରେ ଏକ ବିବୃତ୍ତି ଦିଅନ୍ତି, ସେତେବେଳେ ଟେଲିଭିଜନରେ ତାଙ୍କ ଚେହେରା କମ ଦେଖାଯାଏ। ଲକ୍ଷ୍ମଣ ସିଂ କହିଥିଲେ ରାହୁଲ ଗାନ୍ଧୀ ଜଣେ ଏମପି, ସେ ଦଳର ଅଧ୍ୟକ୍ଷ ନୁହନ୍ତି। ସେ କେବଳ ଜଣେ କଂଗ୍ରେସ କର୍ମୀ ଏହା ବ୍ୟତୀତ ରାହୁଲ ଗାନ୍ଧୀ କିଛି ନୁହନ୍ତି। ତେଣୁ ଗଣମାଧ୍ୟମ ରାହୁଲ ଗାନ୍ଧୀଙ୍କୁ ଗୁରୁତ୍ୱ ଦେବା ଉଚିତ ନୁହେଁ ଏବଂ ଆମେ ମଧ୍ୟ ଏହା କରିବା ଉଚିତ ନୁହେଁ।’ ପାଞ୍ଚ ଥର ସାଂସଦ ତଥା ତିନିଥର ବିଧାୟକ ଥିବା ଲକ୍ଷ୍ମଣ ସିଂ କହିଛନ୍ତି ରାହୁଲ ଗାନ୍ଧୀ କେବଳ ଜଣେ ଏମପି ଏବଂ ସେ ଦଳର ଅନ୍ୟ ଏମପିଙ୍କ ସହ ସମାନ।
ଲକ୍ଷ୍ମଣ ସିଂ କହିଛନ୍ତି, ଜନ୍ମ ଦ୍ୱାରା ନୁହେଁ, ବରଂ ତାଙ୍କ କର୍ମ ଦ୍ୱାରା ଜଣେ କେହି ମହାନ ହୁଅନ୍ତି। ରାହୁଲ ଗାନ୍ଧୀଙ୍କୁ ଏତେ ମହାନ ନେତା ବୋଲି ଭାବନ୍ତୁ ନାହିଁ, ମୁଁ ମଧ୍ୟ ତାଙ୍କୁ ସେଭଳି ବିଚାର କରେ ନାହିଁ । ସେ ଜଣେ ସାଧାରଣ ଏମପି। ତାଙ୍କ ପ୍ରତି ଧ୍ୟାନ ଦେବା ଗୁରୁତ୍ୱପୂର୍ଣ୍ଣ ନୁହେଁ।
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ପ୍ରାର୍ଥୀ ପ୍ରିୟଙ୍କା ପେଞ୍ଚୀ ଗୁନା ଜିଲାର ଚାଚୁରା ବିଧାନସଭା ଆସନରୁ ଲକ୍ଷ୍ମଣ ସିଂଙ୍କୁ ୬୧ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ।

Share