ଟ୍ରେଣ୍ଟ ବ୍ରିଜ୍,୬।୮: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୯୫ ରନ୍ର ଅଗ୍ରଣୀ ହାସଲ କରିଛି ଭାରତୀୟ ଦଳ। ଲୋକେଶ ରାହୁଲ ୮୪ ( ୧୨ ଚୌକା) ଓ ରବୀନ୍ଦ୍ର ଜାଡେଜାଙ୍କ ୫୬ (୮ ଚୌକା ଓ ଗୋଟିଏ ଛକା) ରନ୍ର ଇନିଂସ ଯୋଗୁ ଏହା ସମ୍ଭବ ହୋଇ ପାରିଛି। ଏମାନଙ୍କ ବ୍ୟତୀତ ଶେଷ ଆଡ଼କୁ ୨୮ ରନ୍ର ଆଟାକିଂ ଇନିଂସ ଖେଳିଥିଲେ ଯଶପ୍ରୀତ ବୁମରା। ଫଳରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୨୭୮ ରନ୍ କରିବାକୁ ସକ୍ଷମ ହୋଇଛି। ଇଂଲଣ୍ଡର ଓଲି ରବିନସନ ୫ ଉଇକେଟ ସଫଳତା ପାଇଥିବା ବେଳେ ବରିଷ୍ଠ ପେସର ଜେମ୍ସ ଆଣ୍ଡରସନଙ୍କୁ ମିଳିଛି ୪ ଉଇକେଟ। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୮୩ ରନ୍ରେ ସୀମିତ ରହିଥିଲା।