Categories: ଜାତୀୟ

ନର ହତ୍ୟାକାରୀଙ୍କ ସହିତ ହାତ ମିଳାଉଛନ୍ତି ରାହୁଲ: ସ୍ମୃତି ଇରାନୀ…

ଭୋପାଳ,୯।୭ : କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରବିବାର ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ପହଞ୍ଚିଛନ୍ତି। ଏହି ସମୟ ରାହୁଲ ଗାନ୍ଧୀ ଟିଏମସି ସହିତ ହାତ ମିଳାଇଥିବାରୁ ସେ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନରେ ଲୋକମାନେ ଯେଉଁଭଳି ଭାବରେ ଗଣତାନ୍ତ୍ରିକ ହତ୍ୟାକାଣ୍ଡର ସାକ୍ଷୀ ରହିଛନ୍ତି। ରାଜ୍ୟରେ ଗଣତାନ୍ତ୍ରିକ ଅଧିକାର ପାଇଁ ଲୋକଙ୍କୁ ହତ୍ୟା କରାଯାଉଛି, ଗାନ୍ଧୀ ପରିବାର ମଧ୍ୟ ଟିଏମସି ଭଳି ନର ହତ୍ୟାକାରୀ ସହିତ ହାତ ମିଳାଉଛନ୍ତି।

ସ୍ମୃତି ଇରାନୀ ପ୍ରଶ୍ନ କରିଛନ୍ତି ପଶ୍ଚିମବଙ୍ଗରେ ଯେଉଁମାନେ ଆତଙ୍କ ସୃଷ୍ଟି କରୁଛନ୍ତି ସେମାନଙ୍କ ସହ ଗାନ୍ଧୀ ପରିବାର ହାତ ମିଳାଇବା ଗ୍ରହଣୀୟ କି? ମୃତ୍ୟୁର ଏହି ଖେଳ ରାହୁଲ ଗାନ୍ଧୀଙ୍କ ପାଇଁ ଗ୍ରହଣୀୟ କି?
ଏହାର ଜବାବ ରାଜ୍ୟର ଜନସାଧାରଣ ଦେବେ।

Share