Advertisement

ଉଦ୍ଧବଙ୍କୁ ବଡ଼ ଝଟକା, ପୁଅ ଆଦିତ୍ୟଙ୍କ ଘନିଷ୍ଠ ରାହୁଲ କନାଲ ଶିନ୍ଦେ ଗୋଷ୍ଠୀରେ ହେବେ ସାମିଲ

ମୁମ୍ବାଇ,୩୦।୬: ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେଙ୍କ ଅସୁବିଧା ଥମିବାର ନାଁ ନେଉନାହିଁ। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଏହି ବିଦ୍ରୋହ ପରଠାରୁ ଉଦ୍ଧବ ଠାକରେ ଦଳର ଅନେକ ନେତା ପକ୍ଷ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାମ ଯୋଡା ଯାଇଛି । ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେଙ୍କ ନିକଟ ରାହୁଲ କନାଲ ଦଳ ଛାଡିବାକୁ ଘୋଷଣା କରିଛନ୍ତି। ଜୁଲାଇ ୨ ମୁମ୍ବାଇରେ ଶିନ୍ଦେ ସରକାରଙ୍କ ବିରୋଧରେ ଏକ ବିଶାଳ ପଦଯାତ୍ରା କରିବା ପୂର୍ବରୁ ଉଦ୍ଧବ ଠାକରେଙ୍କ ପାଇଁ ଏହା ଏକ ବଡ ଝଟକା ବୋଲି କୁହାଯାଇପାରେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share