Categories: ଖେଳ

ପାକିସ୍ତାନ ଆଗରେ ୩୫୭ ରନ୍‌ ଟାର୍ଗେଟ୍‌

କଲମ୍ବୋ,୧୧ା୯: କଲମ୍ବୋ ସ୍ଥିତ ଆର୍‌.ପ୍ରେମାଦାସ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ସୋମବାର ରିଜର୍ଭ ଡେରେ ଖେଳାଯାଇଥିବା ଏସିଆ କପ୍‌ ସୁପର-୪ ମ୍ୟାଚ୍‌ରେ ବିରାଟ କୋହଲି ଏବଂ କେ.ଏଲ ରାହୁଲଙ୍କ ଦମ୍‌ଦାର ଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨ ଉଇକେଟ ହରାଇ ୩୫୬ ରନ୍‌ କରିବାରେ ସକ୍ଷମ ହୋଇଛି। ଫଳରେ ପାକିସ୍ତାନ ଆଗରେ ୩୫୭ ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଛି ଭାରତ।

ସୋମବାର ପୁଣି ବର୍ଷା କାରଣରୁ ମ୍ୟାଚ୍‌ ବିଳମ୍ବ ହେଲେ ସୁଦ୍ଧା ୫୦ ଓଭର ମ୍ୟାଚ୍‌ ଖେଳିବାକୁ ନିଷ୍ପତ୍ତି ନିଆଯାଇଥିଲା। ଫଳରେ ବିରାଟ କୋହଲି ଏବଂ ଲୋକେଶ ରାହୁଲ ପୁଣି ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ହେଲେ ଦୁହେଁ ଧର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ବିରାଟ ୯୪ ବଲ୍‌ ଖେଳି ୯ ଚୌକା ଏବଂ ୩ ଛକା ସହାୟତାରେ ୧୨୨ ରନ୍‌ର ମହତ୍ତ୍ୱପୂର୍ଣ୍ଣ ଇନି୍‌ଂସ ଖେଳିଥିଲେ। ସେହିପରି ଲୋକେଶ ରାହୁଲ ମଧ୍ୟ ୧୦୬ ବଲ୍‌ ଖେଳି ୧୨ ଚୌକା ୨ ଛକା ସହାୟତାରେ ୧୧୧ ରନ୍‌ର ଦମ୍‌ଦାର ଇନି୍‌ଂସ ଖେଳିଥିଲେ। ଅଧିନାୟକ ରୋହିତ ଶର୍ମା ୫୬ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଶୁବମାନ ଗିଲ୍‌ ୫୮ ରନ୍‌ କରିଥିଲେ। ଫଳରେ ଭାରତ ୩୫୬ ରନ୍‌ର ବିଶାଳ ସ୍କୋର କରିବାରେ ସଫଳ ହୋଇଥିଲା।

Share