Categories: ଜାତୀୟ

ଗୃହଲକ୍ଷୀ ଯୋଜନା ଲଞ୍ଚ୍‌ କଲେ ରାହୁଲ

ବେଙ୍ଗାଲୁରୁ,୩୦।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କର୍ନାଟକର ମୈସୁରରେ ଗୃହଲକ୍ଷୀ ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ଯୋଜନା ମାଧ୍ୟମରେ ପରିବାରର ମହିଳା ମୁଖ୍ୟ ମାସକୁ ୨,୦୦୦ ଟଙ୍କା ନଗଦ ସହାୟତା ପାଇବେ। ମୁଖ୍ୟ ଅତିଥି ଭାବରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଯୋଗ ଦେଇଥିଲେ। ଏହି ଯୋଜନା ରାଜ୍ୟର ୧୦,୪୦୦ ସ୍ଥାନରେ ଏକାସାଙ୍ଗରେ ଆରମ୍ଭ କରାଯାଇଥିଲା।
କର୍ନାଟକ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ପାର୍ଟି ପାଞ୍ଚଟି ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲା, ସେଥିମଧ୍ୟରୁ ଗୋଟିଏ ହେଉଛି ଗୃହଲକ୍ଷୀ ଯୋଜନା। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ରାହୁଲ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ଆମେ ପାଞ୍ଚଟି ପ୍ରତିଶ୍ରୁତି ଦେଇଛୁ। ଯଦି କଂଗ୍ରେସ କିମ୍ବା ଏହାର ନେତାମାନେ କିଛି କୁହନ୍ତି, ଆମେ ଏହାକୁ କରି ଦେଖାଉ।

Share