Categories: ଜାତୀୟ

ମୋଦିଙ୍କ ଏହି କାର୍ଯ୍ୟକୁ ବହୁତ ପସନ୍ଦ କରନ୍ତି ରାହୁଲ, ଆମେରିକାରୁ କରିଦେଲେ ମୋଦିଙ୍କ ଏତେ ପ୍ରଶଂସା, ଭାଜପା ତାଜୁବ!

ନୂଆଦିଲ୍ଲୀ,୧୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଭାଜପାକୁ ସବୁ ନିର୍ଣ୍ଣୟ କିମ୍ବା ପ୍ରସଙ୍ଗରେ ବିରୋଧ କରନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କିଛି କଥାକୁ ନେଇ ସେ ପ୍ରଶଂସା କରିଛନ୍ତି। ଆମେରିକା ଗସ୍ତରେ ଥିବା କଂଗ୍ରେସ ଏମପି ମୋଦିଙ୍କ ବୈଦେଶିକ ନୀତି ପ୍ରସଙ୍ଗକୁ ସମର୍ଥନ କରିଛନ୍ତି ବୋଲି ଖୋଲାଖୋଲି କହିଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି, ବୈଦିଶିକ ନୀତି ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯଥା ଆମେରିକା ସହିତ ସମ୍ପର୍କ, ଆତଙ୍କବାଦ ଶେଷ ନହେବା ପର୍ଯ୍ୟନ୍ତ ପାକିସ୍ତାନକୁ ଦୃଢ ବିରୋଧ ଏବଂ ବାଂଲାଦେଶ ଓ ଇସ୍ରାଏଲର ଉଗ୍ରବାଦୀଙ୍କ ଚିନ୍ତାଧାରାକୁ ନେଇ କଂଗ୍ରେସ, ମୋଦିଙ୍କ ନେତୃତ୍ୱାଧିନ ଭାଜପାକୁ ସମର୍ଥନ କରୁଛି। ତେବେ ରାହୁଲ ଚୀନ ଉପରେ ମୋଦିଙ୍କ ନୀତି ସହ ସହମତ ନୁହଁନ୍ତି ଏବଂ ଅଭିଯୋଗ କରିଛନ୍ତି ଯେ ଚୀନ ସେନା ଲଦାଖରେ ଦିଲ୍ଲୀ ଅଞ୍ଚଳ ସହ ସମାନ ଅଞ୍ଚଳକୁ ନିଜ କବଜାକୁ ନେଇ ଯାଇଛି।

Share