ତୃତୀୟ ସ୍ତ୍ରୀଙ୍କ ସହ ଛାଡପତ୍ର ପରେ ଏମିତି କହିଲେ ରାହୁଲ ମହାଜନ

ବିଗ ବସ ଜରିଆରେ ଖ୍ୟାତି ଅର୍ଜନ କରିଥିବା ରାହୁଲ ମହାଜନ ଏବେ ଚର୍ଚ୍ଚାରେ ଅଛନ୍ତି। ରାହୁଲ ତାଙ୍କ ତୃତୀୟ ସ୍ତ୍ରୀ ତଥା କାଜାଖସ୍ତାନର ମଡେଲ ନାତାଲ୍ୟା ଇଲିନା ଛାଡପତ୍ର ଦେଇଛନ୍ତି। ନାତାଲ୍ୟାଙ୍କୁ ଛାଡପତ୍ରକୁ ନେଇ ପ୍ରତିକ୍ରିୟା ପ୍ରକାଶ ରାହୁଲ। ସେ ଏହି ପରିସ୍ଥିତିକୁ ଭୂକମ୍ପ ବୋଲି ବର୍ଣ୍ଣନା କରିଛନ୍ତି। ଏହି ଭୂକମ୍ପର ଶବ୍ଦ ତାଙ୍କ ଜୀବନରେ ଏବେ ବି ରହିଛି। ମୁଁ ଏବେ ଆଦୌ ଠିକ୍‌ ନାହିଁ। ଏବେ ଆଗକୁ ବଢିବା ବ୍ୟତୀତ ବିକଳ୍ପ ନାହିଁ।
ଉଭୟ ଚାରି ବର୍ଷ ପର୍ଯ୍ୟନ୍ତ ଏକ ଦାମ୍ପତ୍ୟ ଜୀବନ ବିତାଇବା ପରେ ଗତ ବର୍ଷ ଛାଡପତ୍ର ପାଇଁ ଆବେଦନ କରିଥିଲେ। ରିପୋର୍ଟ ଅନୁଯାୟୀ, ଆରମ୍ଭରୁ ଉଭୟଙ୍କ ମଧ୍ୟରେ ସୁସଙ୍ଗତା ସମସ୍ୟା ରହିଥିଲା। ତଥାପି ସେମାନେ ନିଜ ବିବାହକୁ ଯଥାସମ୍ଭବ ନିର୍ବାହ କରୁଥିଲେ। ଗତ ବର୍ଷ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।
ଇଲିନା ରାହୁଲଙ୍କ ତୃତୀୟ ପତ୍ନୀ ଥିଲେ। ଏହାପୂର୍ବରୁ ସେ ୨୦୦୬-୦୮ ରୁ ଶ୍ୱେତା ସିଂଙ୍କୁ ବିବାହ କରିଥିଲେ। ପରେ ରାହୁଲ ଡିମ୍ପି ଗାଙ୍ଗୁଲିଙ୍କୁ ବିବାହ କରିଥିଲେ। ୨୦୧୦ରେ ଡିମ୍ପି ଏବଂ ରାହୁଲ ବିବାହ କରିଥିଲେ। କିନ୍ତୁ ୨୦୧୫ରେ ଏହି ଦମ୍ପତି ଅଲଗା ହୋଇଗଲେ। ଏହା ପରେ ରାହୁଲ ପୁଣି ଥରେ କାଜାଖସ୍ତାନର ମଡେଲ ଇଲିନାଙ୍କୁ ବିବାହ କରିଥିଲେ।

Share