ଦୁଇଥର ଛାଡପତ୍ର ପାଇବା ପରେ ୧୮ ବର୍ଷ ସାନ ରୁଷୀୟ ମଡେଲଙ୍କ ହାତ ଧରିଛନ୍ତି ଏହି ସେଲିବ୍ରିଟି; ବିବାହ ପରେ..

ବମ୍ବେ: ବିଗ୍‌ବସ୍‌ ୧୪ରେ ପ୍ରତିଯୋଗୀ ଭାବେ ସାମିଲ ହେବାପରେ ଚର୍ଚ୍ଚାରେ ରାହୁଲ ମହାଜନ। ପୂର୍ବରୁ ୨୦୦୮ରେ ସମାନ ଶୋ’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେତେବେଳେ ଅନ୍ୟ ପ୍ରତିଯୋଗୀ ପାୟଲ ରୋହତଗୀଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିଲେ ସେ। କିଛି ଦିନ ଏହା ଖବର ଶିରୋନାମା ପାଲଟିଥିଲା। ସେବେଠାରୁ ଏବେ ପର୍ଯ୍ୟନ୍ତ ରାହୁଲଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାରେ ରହିଆସିଛି।

୨୦୦୬ରେ ସେ ଶ୍ୱେତା ସିଂହଙ୍କୁ ବିବାହ କରିଥିଲେ। ଦୀର୍ଘ ୧୩ ବର୍ଷ ଧରି ତାଙ୍କ ସହ ରହିବା ପରେ ହାତ ଧରିବାକୁ ନିଷ୍ପତ୍ତି ନେଇଥିଲେ ସେ। ହେଲେ ବିବାହର ଗୋଟିଏ ବର୍ଷ ପରେ ୨୦୦୭ରେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ। ଏପରିକି ସ୍ତ୍ରୀ ତାଙ୍କ ଉପରେ ଘରୋଇ ହିଂସାର ଅଭିଯୋଗ ଲଗାଇଥିଲେ। ପରେ ୨୦୦୮ରେ ଉଭୟଙ୍କ ଛାଡ଼ପତ୍ର ଉପରେ ମୋହର ଲାଗିଥିଲା।
ପରେ ସ୍ବୟମ୍ବର କରି ବିବାହ ନିମନ୍ତେ ପାତ୍ରୀ ଖୋଜିଥିଲେ ସେ। ରିଆଲିଟି ଶୋ’ରେ ବର ସାଜି ଡିମ୍ପି ଗାଙ୍ଗୁଲୀଙ୍କୁ ବିବାହ ମଧ୍ୟ କରିଥିଲେ ସେ। ହେଲେ ପ୍ରଥମ ସ୍ତ୍ରୀଙ୍କ ଭଳି ଡିମ୍ପି ମଧ୍ୟ ଘରୋଇ ହିଂସା ନେଇ ଅଭିଯୋଗ କରି ୨୦୧୫ରେ ରାହୁଲଙ୍କୁ ଛାଡ଼ପତ୍ର ଦେଇଥିଲେ। ଏବେ ସେ ଅନ୍ୟତ୍ର ବିବାହ କରିସାରିଲେଣି।

ରାହୁଲ ମଧ୍ୟ ରୁଷିୟ ମଡେଲ ନତାଲ୍ୟା ଇଲିନାଙ୍କ ହାତ ଧରିଛନ୍ତି। ତୃତୀୟ ସ୍ତ୍ରୀ ଇଲିନା ରାହୁଲଙ୍କ ପାଇଁ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ଉଭୟଙ୍କ ମଧ୍ୟରେ ୧୮ ବର୍ଷର ତଫାତ ରହିଛି। ବିବାହ ବେଳେ ରାହୁଲ ୪୩ ବର୍ଷର ହୋଇଥିବା ବେଳେ ଇଲିନାଙ୍କୁ ହୋଇଥିଲା ମାତ୍ର ୨୫ ବର୍ଷ। ଦେଖିବାକୁ ସେ ବହୁତ ସୁନ୍ଦର ଏବଂ ଗ୍ଲାମରସ୍‌ ମଧ୍ୟ। ଏବେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ଥିବା ରାହୁଲ ଉଭୟଙ୍କ ଏକାଧିକ ଫଟୋ ଶେୟାର ମଧ୍ୟ କରନ୍ତି।

Share