Categories: ଜାତୀୟ

ଲୋକ ସଭା ବାଚସ୍ପତିଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ,୨୭ା୬: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୁରୁବାର ବାଚସ୍ପତି ଓମ୍‌ ବିର୍ଲାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଗୃହରେ ଅଧ୍ୟକ୍ଷତା କରୁଥିବା ବାଚସ୍ପତି ଜରୁରୀ ସ୍ଥିତି ଉପରେ ଭାଷଣ ଦେବାକୁ ନେଇ ରାହୁଲ ଏହି ଅବସରରେ ନିଜର ଅସନ୍ତୋଷ ଜଣାଇଛନ୍ତି। ଏହା ସମ୍ପୂର୍ଣ୍ଣ ରାଜନୈତିକ ଏବଂ ଏହାକୁ ଏଡ଼ାଇ ଦିଆଯାଇପାରିଥାନ୍ତା ବୋଲି ରାହୁଲ ବିର୍ଲାଙ୍କୁ କହିଛନ୍ତି। ବାଚସ୍ପତି ରାହୁଲଙ୍କୁ ବିରୋଧୀ ଦଳ ନେତା ଘୋଷଣା କରିବା ପରେ ସେ ଓ ଇଣ୍ଡିଆ ବ୍ଲକ୍‌ ସହଯୋଗୀ ଦଳଗୁଡ଼ିକର ନେତା ବିର୍ଲାଙ୍କୁ ସାକ୍ଷାତ କରିଥିଲେ। ଏହି ସମୟରେ ଏମର୍ଜେନ୍ସି ସମେତ ଗୃହର କାର୍ଯ୍ୟ ପରିଚାଳନାକୁ ନେଇ ସେମାନେ ବାଚସ୍ପତିଙ୍କୁ ସହ ଆଲୋଚନା କରିଥିଲେ।

Share