Categories: ଜାତୀୟ

ଇଂଲଣ୍ଡରେ ବାଂଲାଦେଶୀ ନେତାଙ୍କୁ ସାକ୍ଷାତ କରିଛନ୍ତି ରାହୁଲ? ବଡ଼ ଖୁଲାସା କଲେ ପିଟ୍ରୋଡା

ନୂଆଦିଲ୍ଲୀ,୧୮।୮: ଇଣ୍ଡିଆନ ଓଭରସିଜ କଂଗ୍ରେସ ସଭାପତି ସାମ ପିଟ୍ରୋଡା ଆଇଏନଏସକୁ ସାକ୍ଷାତକାର ଦେବା ସମୟରେ ରାହୁଲ ଗାନ୍ଧୀଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି। ଇଂଲଣ୍ଡ ଗସ୍ତ ସମୟରେ ସେ ଜଣେ ବାଂଲାଦେଶୀ ନେତାଙ୍କର ପୁଅଙ୍କୁ ଭେଟିଥିବାର ଚର୍ଚ୍ଚା ହେଉଛି ଯାହାକୁ ନେଇ ବଡ଼ ବୟାନ ଦେଇଛନ୍ତି ପିଟ୍ରୋଡା।

ସେପ୍ଟେମ୍ବରରେ ରାହୁଲ ଆମେରିକା ଗସ୍ତ କରିବେ ନା ସ୍ଥଗିତ ରହିବ ଏନେଇ ପିଟ୍ରୋଡା ଗଣମାଧ୍ୟମ ପ୍ରଶ୍ନରେ ପିଟ୍ରୋଡା କହିଛନ୍ତି, ତାଙ୍କ ଗସ୍ତ ବିଷୟରେ ବହୁତ ଶୀଘ୍ର ସୂଚନା ଦିଆଯିବ। ଆମେ ଏହା ଉପରେ କାର୍ଯ୍ୟ କରୁଛୁ। ଯେତେବେଳେ ତାରିଖ ଚୂଡାନ୍ତ ହୋଇଯିବ ଏକ ସାମ୍ବାଦିକ ସମ୍ମିଳନୀ କରାଯିବ। ଯଦି ଯାତ୍ରା ସ୍ଥଗିତ ରଖାଯାଏ, ତେବେ ଏହାକୁ ନେଇ ମଧ୍ୟ ସୂଚନା ଦିଆଯିବ।

ଲଣ୍ଡନ ଗସ୍ତ ସମୟରେ ଖାଲିଦା ଜିଆଙ୍କ ପୁଅ ତାରିକ ରେହମାନଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତ କରିଛନ୍ତି କି ଏନେଇ ଯେତେବେଳେ ପିଟ୍ରୋଡାଙ୍କୁ ପଚରାଯାଇଥିଲା ସେ କହିଛନ୍ତି, ସର୍ବପ୍ରଥମେ ଏହା ଭୁଲ ଅଟେ। ମୁଁ ସବୁବେଳେ ରାହୁଲ ଗାନ୍ଧୀଙ୍କ ସହ ଥିଲି, କିନ୍ତୁ ଲୋକମାନେ ମିଛ ଆଲୋଚନା କରୁଛନ୍ତି। ମିଛ କହିବା ଭାରତରେ ଏକ ସାଧାରଣ କଥା। ଏହି ପ୍ରକାରର ଭୁଲ ତଥ୍ୟ ପ୍ରଚାର ଜାରି ରହିଛ। ମୁଁ ଏହି ପ୍ରକାର ସୂଚନା ପ୍ରତି ଧ୍ୟାନ ଦେଉ ନାହିଁ । ଯେତେବେଳେ ଲୋକମାନେ ମିଛ କହିବା ପାଇଁ ଟଙ୍କା ପାଆନ୍ତି ସେତେବେଳେ କ’ଣ କରାଯାଇ ପାରିବ।

Share