Posted inଜାତୀୟ

ହାଥରସ ପୀଡ଼ିତଙ୍କ ପରିବାରକୁ ଭେଟିଲେ ରାହୁଲ, ସାହାଯ୍ୟ ପାଇଁ ଦେଲେ ଭରସା

ଅଲିଗଡ଼,୫।୭: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ଆଲିଗଡ଼ ଏବଂ ପରେ ହାଥରସରେ ପହଞ୍ଚି ହାଥରସରେ ସତସଙ୍ଗ ସମୟରେ ଦଳାଚକଟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଭେଟିବା ସହ ଆହତଙ୍କ ଅବସ୍ଥା ଜାଣିବା ପାଇଁ ଏଠାରେ ସେ ପୀଡିତଙ୍କ ପରିବାର ଲୋକଙ୍କୁ ଭେଟି ସମସ୍ତ ପ୍ରକାର ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଭରସା ଦେଇଛନ୍ତି।

ରାହୁଲ ଗାନ୍ଧୀ ସକାଳ ପାଞ୍ଚଟା ବେଳେ ଦିଲ୍ଲୀରୁ ବାହାରିଥିଲେ। ଦୁଇ ଘଣ୍ଟିଆ ସଡ଼କ ଯାତ୍ରା ପରେ ସାତଟା ବେଳେ ପିଲଖାନାରେ ପହଞ୍ଚିଥିଲେ। ଏହି ଗାଁର ତିନିଜଣ ମହିଳା ଏବଂ ୬ବର୍ଷର ଶିଶୁଙ୍କର ମୃତ୍ୟୁ ଘଟିଛି। ପୀଡିତଙ୍କ ପରିବାରକୁ ୪୦ ମିନିଟ ପାଇଁ ସେଠାରେ ଭେଟିଥିଲେ। ଏହା ପରେ ସେ ପିଲଖାନାରୁ ହାଥରସର ନାଭିପୁର ନିକଟସ୍ଥ ଭବ ନାଗରରେ ଅବସ୍ଥିତ ଗ୍ରୀନ ପାର୍କରେ ପହଞ୍ଚି ପୀଡିତଙ୍କ ପରିବାର ସଦସ୍ୟଙ୍କୁ ଭେଟି ସେମାନଙ୍କ ଯନ୍ତ୍ରଣା ବାଣ୍ଟିଥିଲେ।
ହାଥରସ ଘଟଣାକୁ ନେଇ ବିରୋଧୀ ଦଳ ଭାଜପାକୁ ଟାର୍ଗେଟ କରୁଛି। କଂଗ୍ରେସ ରାଜ୍ୟ ସଭାପତି ଅଜୟ ରାୟ ବୁଧବାର ହାଥରସ ଯାଇଥିଲେ। ଏହି ଘଟଣାରେ କଂଗ୍ରେସ ଭାଜପାକୁ ଟାର୍ଗେଟ କରୁଥିବା ଜଣାପଡିଛି। ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେବାକୁ କଂଗ୍ରେସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଶୁକ୍ରବାର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ନବ ନିର୍ବାଚିତ ସାଂସଦଙ୍କ ସମାରୋହ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟେଜ୍‌ରେ ରାମ ଭୂମିକାରେ କରୁଥିଲେ ଅଭିନୟ, ଆସିଲା ହାର୍ଟଆଟାକ୍‌, ଆଉ ତା’ ପରେ…

ନୂଆଦିଲ୍ଲୀ,୬ା୧୦: ଦିଲ୍ଲୀର ଶାହାଦରା ଅଞ୍ଚଳରେ ଷ୍ଟେଜ୍‌ରେ ରାମଲୀଳା ଚାଲିଥିବାବେଳେ ଏକ ଦୁଃଖଦ ଘଟଣା ଘଟିଛି। ରାମ ଭୂମିକାରେ ଅଭିନୟ କରୁଥିବା ସୁଶୀଲ କୌଶିକ୍‌ଙ୍କ ଛାତିରେ ଯନ୍ତ୍ରଣା...

କୋଲକାତା ବଳାତ୍କାର ହତ୍ୟା ମାମଲା: ସନ୍ଦୀପ ଘୋଷଙ୍କୁ ଆଉ ଏକ ବଡ଼ ଝଟ୍‌କା

କୋଲକାତା,୬।୧୦: କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ୧୦ ଜଣ ଡାକ୍ତରଙ୍କୁ ବହିଷ୍କାର କରିବାକୁ...

‘ଅକ୍ଟୋବର ୮ ଫଳାଫଳକୁ ଅପେକ୍ଷା କର, ବାକି କେବଳ ଟାଇମ୍‌ ପାସ୍‌’

କଶ୍ମୀର,୬।୧୦: ନ୍ୟାଶନାଲ କନ୍‌ଫରେନ୍ସ ନେତା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଶନିବାର ସନ୍ଧ୍ୟାରେ ଆସିଥିବା ଏକ୍‌ଜିଟ୍‌ ପୋଲ୍‌ର ପୂର୍ବାନୁମାନ ଉପରେ ସନ୍ଦେହ...

ମସ୍କଟରୁ ଆସୁଥିବା ବିମାନର ଫାଟିଲା ଟାୟାର, ଅଳ୍ପକେ ବର୍ତ୍ତିଲେ ୧୪୬ ଯାତ୍ରୀ

ଚେନ୍ନାଇ,୬।୧୦: ଚେନ୍ନାଇ ବିମାନବନ୍ଦରରେ ଟଳିଛି ବଡ଼ ଦୁର୍ଘଟଣା। ଶନିବାର ମସ୍କଟରୁ ୧୪୬ ଯାତ୍ରୀଙ୍କୁ ନେଇ ଚେନ୍ନାଇ ଆସୁଥିବା ଏକ ବିମାନର ଟାୟାର ଓହ୍ଲାଇବା ସମୟରେ ଫାଟି...

ଏକଜିଟ ପୋଲ୍‌କୁ ନେଇ କଂଗ୍ରେସ ଖୁସିରେ ଗଦଗଦ, ଏବେ ହେବ ଅସଲ ଖେଳ!

ନୂଆଦିଲ୍ଲୀ,୬।୧୦: ଅକ୍ଟୋବର ୫ରେ ହରିୟାଣା ବିଧାନସଭା ନିର୍ବାଚନରେ ଭୋଟ ଗ୍ରହଣ ପରେ ଏକଜିଟ ପୋଲ୍‌ର ଫଳାଫଳ କଂଗ୍ରେସକୁ ଖୁସି ଖବର ଦେଇଥିଲା। ସମସ୍ତ ଏକଜିଟ ପୋଲ୍‌ରେ...

ଆରଜି କର ହତ୍ୟାକାଣ୍ଡ: ପୁଣି ଆମରଣ ଅନଶନରେ ଜୁନିଅର ଡାକ୍ତର

କୋଲକାତା,୬।୧୦: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ବିରୋଧ କରି ଜୁନିଅର ଡାକ୍ତରମାନେ ଶନିବାର...

ଏକଜିଟ୍‌ ପୋଲ୍‌ ପରେ ମହାପୋଲ୍‌ରେ ଆଶ୍ଚର୍ଯ୍ୟକର ସର୍ଭେ, ବଡ଼ ଓଲଟପାଲଟ…

ନୂଆଦିଲ୍ଲୀ,୬।୧୦: ହରିୟାଣା ଏବଂ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଏକଜିଟ ପୋଲ ବା ବୁଥ୍‌ ବାହୁଡା ମତ ପ୍ରକାଶ ପାଇଛି। ଅଧିକାଂଶ ସର୍ଭେରୁ ଜଣାପଡିଛି ଯେ...

ତିରୁପତିଙ୍କ ପ୍ରସାଦରେ ପୋକ!: ପୋକଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ଥିଲା…

ନୂଆଦିଲ୍ଲୀ,୬।୧୦: ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବିର ବ୍ୟବହାରକୁ ନେଇ ବିବାଦ ଥମି ନ ଥିବା ବେଳେ ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri