Categories: ଜାତୀୟ

ପୀଡ଼ିତଙ୍କୁ ଭେଟିଲେ ରାହୁଲ୍‌, ମୁଖ୍ୟମନ୍ତ୍ରୀଙ୍କୁ କ୍ଷତିପୂରଣ ଦେବାକୁ କଲେ ଦାବି

ନୂଆଦିଲ୍ଲୀ, ୫।୭: କଂଗ୍ରେସ ନେତା ତଥା ସଂସଦର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଲୋକସଭା ନିର୍ବାଚନ ପରେ ଏବେ ଲୋକଙ୍କ ସମସ୍ୟା ବୁଝିବା ନେଇ ଚର୍ଚ୍ଚାରେ ରହିଛନ୍ତି। ସରକାର ଗଠନ କରିନପାରିଲେ ମଧ୍ୟ କଂଗ୍ରେସ ହାତରେ ୯୯ ଏମ୍‌ପି ଆସନ ରହିଛି । ଦଳର ନେତା ଭାବରେ ସେ ଗୃହରେ ଶାସକ ଦଳକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍‌ କରିଥିଲେ । ସଂସଦ ଅଧିବେସନ ସରିବା ପରେ ଏବେ ସେ ଲୋକଙ୍କ ଦୁଃଖ ବୁଝିବାକୁ ବାହାରିଥିବା ଦେଖିବାକୁ ମିଳୁଛି । ଗୁରୁବାର ଦିଲ୍ଲୀର ଜିଟିବି ନଗରରେ ଶ୍ରମିକ ମାନଙ୍କୁ ଭେଟିଥିଲେ । ଶୁକ୍ରବାର ହାଥରସ୍‌ ଘଟଣାରେ ପୀଡ଼ିତ ପରିବାରଙ୍କ ସହ ସେ ସାକ୍ଷାତ କରିଛନ୍ତି ।

ପ୍ରଥମେ ସେ ଆଲିଗଡ଼ର ପୀଡ଼ିତ ପରିବାରକୁ ଭେଟିଥିବା ବେଳେ ଏହାପରେ ସେ ହାଥରସ୍‌ ପୀଡ଼ିତ ପରିବାରଙ୍କୁ ଭେଟିଛନ୍ତି । ଏ ନେଇ ସେ କହିଛନ୍ତି ଯେ, ଏହା ବଡ଼ ଦୁଃଖର ବିଷୟ । ବହୁତ ପରିବାରର କ୍ଷତି ହୋଇଛି । ପ୍ରଶାସନର ଭୁଲରୁ ଏପରି ହୋଇଥିବା ସେ କହିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସେ ପୀଡ଼ିତ ପରିବାରଙ୍କୁ ଶୀଘ୍ର କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି ।

Share