Categories: ଜାତୀୟ

ନିଲମ୍ବିତ ଏମ୍‌ପିଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ,୨।୧୧: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଗୁରୁବାର ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନରେ ନିଲମ୍ବିତ ହୋଇଥିବା ୧୨ ଜଣ ରାଜ୍ୟ ସଭା ଏମ୍‌ପିଙ୍କୁ ଭେଟିଛନ୍ତି। ନିଲମ୍ବିତ ଏମ୍‌ପିଙ୍କ ବିରୋଧ ସମୟରେ ରାହୁଲ ସେମାନଙ୍କୁ ଭେଟିଥିଲେ। ରାଜ୍ୟ ସଭାରେ ଉତ୍ତେଜନା ଏବଂ ଅର୍ନିଦ୍ଦିଷ୍ଟ କାଳ ପାଇଁ ଏହି ୧୨ ଏମ୍‌ପିଙ୍କୁ ଏବେ ଶୀତ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା।
ଏହି ସମୟରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଏହି ସରକାର ଆସିବା ଦିନଠାରୁ ଏହା ମନରେଗାର ବଜେଟ କାଟୁଛି। ୨୦୨୦-୨୧ରେ ୧,୧୦,୦୦୦ କୋଟିରେ ରଖିଥିବା ବଜେଟ ଏବେ ୭୩,୦୦୦ କୋଟି ଟଙ୍କାରେ ପହଞ୍ଚିଛି। ଏଥିରେ ୩୮,୦୦୦ କୋଟି ହ୍ରାସ କରାଯାଇଛି। ଲୋକମାନେ କରୋନା ଅବଧି ସମୟରେ ନିଜ ନିଜ ଘରକୁ ଫେରିଥିଲେ, ସେତେବେଳେ ସେମାନଙ୍କର କାମ ନ ଥିଲା। ଏପରିରିକି ଖୋଜିଲେ ମଧ୍ୟ ମଧ୍ୟ କାମ ମିଳି ନ ଥିଲା। ଗୋଟିଏ ପଟେ ସେମାନେ କାମ ପାଇଲେ ନାହିଁ, ଅନ୍ୟ ପଟେ ସରକାର ବଜେଟ ହ୍ରାସ କରୁଥିବା ସେ କହିଛନ୍ତି।

Share