ଟପ୍ପରଙ୍କଠାରୁ ବେଶି ଚର୍ଚ୍ଚାରେ ରାହୁଲ ମୋଦି: ୟୁପିଏସ୍‌ସି ପରୀକ୍ଷାରେ ମିଳିଛି ୪୨୦ ର଼୍ୟାଙ୍କ

ନୂଆଦିଲ୍ଲୀ,୪।୮: ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ କମିଶନ୍‌(ୟୁପିଏସ୍‌ସି)-୨୦୧୯ ପରୀକ୍ଷାର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ମୋଟ ୮୨୯ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ୪୨୦ ର଼୍ୟାଙ୍କ ପାଇଥିବା ରାହୁଲ ମୋଦି।

ସମସ୍ତ ସଫଳ ପରୀକ୍ଷାର୍ଥୀଙ୍କ ନାମ ୟୁପିଏସ୍‌ସି ପକ୍ଷରୁ ଜାରି କରାଯିବା ପରେ ଲୋକମାନେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଯୋଡ଼ି ଦେଖୁଛନ୍ତି। ସୋସିଆଲ ମିଡିଆରେ ଏହାକୁ ନେଇ ବିଭିନ୍ନ ପ୍ରକାର ମେମେ ଭାଇରାଲ ହେଉଛି। ଉଭୟ ୟୁପିଏସ୍‌ସି ପାସ୍‌ କରିଥିବା ନେଇ କହି ମଜା ଉଠାଉଛନ୍ତି।

ପ୍ରକାଶ ଯେ, ୟୁପିଏସ୍‌ସିରେ ଟପ୍ପର ହୋଇଛନ୍ତି ସୋନିପତର ପ୍ରଦୀପ ସିଂ। ଏହାଛଡ଼ା ଯତିନ୍‌ କିଶୋର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ତୃତୀୟ ସ୍ଥାନରେ ପ୍ରତିଭା ବର୍ମା ଅଛନ୍ତି।

Share