Posted inଜାତୀୟ

ଗୋଟିଏ ଟେବୁଲ୍‌ରେ ବସିବେ ରାହୁଲ-ମୋଦି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୩।୬:ଆରମ୍ଭ ହେବାକୁ ଯାଉଛି ୧୮ତମ ସଂସଦର ସ୍ବତନ୍ତ୍ର ଅଧିବେଶନ। ଆସନ୍ତାକାଲି ଠାରୁ ଏହି ଅଧିବେଶନ ଆରମ୍ଭ ହେବ। ଏଥିରେ ଲୋକ ସଭାର ବାଚସ୍ପତି ସମେତ ଏମପିମାନେ ଶପଥ ଗ୍ରହଣ କରିବେ। ଏସବୁ ଭିତରେ ଲୋକ ସଭାର ବିରୋଧୀ ଦଳ ନେତାକୁ ନେଇ ସସପେନ୍ସ ଲାଗି ରହିଥିବାବେଳେ ବିରୋଧୀ ଇଣ୍ଡିଆ ମେଣ୍ଟ ଓ କଂଗ୍ରେସ ରାହୁଲ ଗାନ୍ଧୀଙ୍କ ନାଁ ସୁପାରିଶ କରିଛି। ତେବେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ମିଳି ନ ଥିବାବେଳେ ଯଦି ରାହୁଲ ବିରୋଧୀ ଦଳ ନେତା ହୁଅନ୍ତି ତେବେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୋଟିଏ ଟେବୁଲରେ ବସିବେ। ଏବଂ ଦେଶର ଗୁରୁତ୍ୱପୂର୍ଣ୍ଣ ପଦବୀ ନିଯୁକ୍ତିରେ ତାଙ୍କର ମଧ୍ୟ ଦାୟିତ୍ୱ ରହିବ। ମୋଦିଙ୍କ ସହ ସେ ମିଶି ବହୁ ନିଷ୍ପତ୍ତି ନେବେ।

ମୋଦି ଓ ରାହୁଲ ଗାନ୍ଧୀଙ୍କ ଭିତରେ ଦେଶର କୌଣସି ପ୍ରସଙ୍ଗ ନେଇ ଘମାଘୋଟ ଟାର୍ଗେଟ ରହିଥିବାବେଳେ ଏବେ ଦୁହେଁ ଲୋକ ସଭାରେ ବଡ଼ ବଡ଼ ପଦବୀରେ ନିଯୁକ୍ତି ହେବେ। ମୋଦି ଗୃହର ନେତା ଭାବେ ଦାୟିତ୍ୱ ନେଇ ସାରିଥିବାବେଳେ ରାହୁଲ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ନେଇ ପାରନ୍ତି। ତେବେ ଦୁହିଁଙ୍କୁ ଏବେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଏକାଠି ନିଷ୍ପତ୍ତି ନେବାକୁ ପଡିବ। ପାଓ୍ବାରଫୁଲ ପଦବୀର ନିଯୁକ୍ତିର ନିଷ୍ପତ୍ତି ମଧ୍ୟ ଦୁହେଁ ଏକାଠି ନେବେ। ବିରୋଧୀ ଦଳ ନେତା ବହୁତ ପାଓ୍ବାରଫୁଲ ହୋଇଥାଏ। ଏହି ପଦ କ୍ୟାବିନେଟ ମନ୍ତ୍ରୀଙ୍କ ସହ ସମାନ ଥାଏ। ଏଥିସହ ଗୃହର ନେତା ଅର୍ଥାତ ମୋଦିଙ୍କ ପରି ବିରୋଧୀ ଦଳ ନେତାଙ୍କୁ ସେତିକି ପ୍ରଭାବ ଥାଏ। ସଂସଦରେ ଅଲଗା ଅଲଗା କକ୍ଷର ବଣ୍ଟନ ମଧ୍ୟରେ ଲୋକ ସଭା ସଚିବାଳୟ ବିରୋଧୀ ଦଳ ନେତାଙ୍କ ରାୟ ନେଇଥା’ନ୍ତି। ବିରୋଧୀ ଦଳ ନେତା ସେହି କମିଟିର ଅଧ୍ୟକ୍ଷ ହୋଇଥା’ନ୍ତି ଯାହା ବଡ଼ ବଡ଼ ପଦର ନିଯୁକ୍ତି କରିଥାଏ। ଏହି ସମିତିରେ କ୍ୟାବିନେଟ ମନ୍ତ୍ରୀ, ବିରୋଧୀ ଦଳ ନେତା ଓ ପ୍ରଧାନମନ୍ତ୍ରୀ ସଦସ୍ୟ ରହିଥା’ନ୍ତି। ବିରୋଧୀଦଳର ନେତା ପବ୍ଲିକ ଆକାଉଣ୍ଟସ, ପବ୍ଲିକ ଅଣ୍ଡରଟେକିଂ ଇତ୍ୟାଦି ଅନେକ ଗୁରୁତ୍ୱପୂର୍ଣ୍ଣ କମିଟିର ସଦସ୍ୟ ରୁହନ୍ତି। ଅନେକ ମିଳିତ ସଂସଦୀୟ ପ୍ୟାନେଲରେ ରହିବା ବ୍ୟତୀତ ବିରୋଧୀ ଦଳର ନେତା ମଧ୍ୟ ଅନେକ ଚୟନ କମିଟିର ଏକ ଅଂଶ ଅଟନ୍ତି। ଏହି କମିଟି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି), ନିର୍ବାଚନ କମିଶନର, ଜାତୀୟ ମାନବଧିକାର କମିଶନର, କେନ୍ଦ୍ରୀୟ ସୂଚନା ଆୟୋଗ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଆଦି ପରି କେନ୍ଦ୍ରୀୟ ଏଜେନ୍ସିର ମୁଖ୍ୟମାନଙ୍କୁ ନିଯୁକ୍ତି କରିଥା’ନ୍ତି। ଯଦି ରାହୁଲ ଏହି ବିରୋଧୀ ଦଳ ନେତାର ମଙ୍ଗ ଧରନ୍ତି ତେବେ ଏହି କମିଟି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ରାହୁଲଙ୍କ ଅନୁମତି ନେବ।

ଲୋକ ସଭାର ବିରୋଧୀ ଦଳର ନେତା କ୍ୟାବିନେଟ ମନ୍ତ୍ରୀଙ୍କ ପଦ ସହ ସମାନ। ଏହି ପୋଷ୍ଟଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ପଦବୀରେ ଥିବା ବ୍ୟକ୍ତି ବେତନ, ଭତ୍ତା କେନ୍ଦ୍ର ମନ୍ତ୍ରୀଙ୍କ ଭଳି ସମାନ ସୁବିଧା ପାଇଥାନ୍ତି। ସୂଚନାନୁସାରେ, ବିରୋଧୀଦଳର ନେତାଙ୍କୁ ମାସକୁ ୩,୩୦,୦୦୦ ଟଙ୍କା ଦରମା ମିଳିଥାଏ। ଏହା ବ୍ୟତୀତ ଜଣେ କ୍ୟାବିନେଟ ମନ୍ତ୍ରୀ ଆବାସ ଏବଂ ଡ୍ରାଇଭର ସହିତ ଏକ କାର ପାଇଥାନ୍ତି। ଏହା ବ୍ୟତୀତ ବିରୋଧୀଦଳର ନେତା ପ୍ରାୟ ୧୪ଜଣ କର୍ମଚାରୀ ପାଇଥାନ୍ତି, ଯାହାର ଖର୍ଚ୍ଚ ସରକାର ବହନ କରନ୍ତି। ସଂସଦ ଗୃହ ବ୍ୟତୀତ ବିରୋଧୀ ଦଳର ନେତା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଚାରବିମର୍ଶ କରିଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କୁ ସେନାର ଜବାବ; ଅଗ୍ନିବୀରଙ୍କ ପରିବାରକୁ ଦିଆଯାଇଛି ୯୮.୩୯ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୩ା୭: ବୁଧବାର ଲୋକ ସଭାରେ ରାହୁଲ ଗାନ୍ଧୀ କରିଥିବା ଅଭିଯୋଗର ଜବାବ ରଖିଛି ଭାରତୀୟ ସେନା। ରାହୁଲ ଗାନ୍ଧୀ କହିଥିଲେ ଯେ, ଶହୀଦ ଅଗ୍ନିବୀର କର୍ମଚାରୀଙ୍କ...

ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୩ା୭:କେନ୍ଦ୍ରର ମୋଦି ସରକାର ବୁଧବାର ସୁରକ୍ଷା, ଅର୍ଥନୀତି ଓ ରାଜନୈତିକ ବ୍ୟାପାର ସମ୍ପର୍କିତ କମିଟି ଗଠନ କରିଛନ୍ତି। ଏକ ସରକାରୀ ବିଜ୍ଞପ୍ତି ଅନୁସାରେ ଦେଶର ସର୍ବୋଚ୍ଚ...

ମିଛ କହିଛନ୍ତି ରାଜନାଥ, ରାହୁଲ ଗାନ୍ଧୀ ଦେଲେ ପ୍ରମାଣ

ନୂଆଦିଲ୍ଲୀ,୩।୭: ବିରୋଧୀ ଦଳ ଲଗାତାର ଅଗ୍ନିବୀର ଯୋଜନାକୁ ନେଇ କେନ୍ଦ୍ରରେ ମୋଦି ସରକାରଙ୍କୁ ଘେରୁଛନ୍ତି। ସୋମବାର ମଧ୍ୟ ଲୋକସଭାରେ ଏ ସମ୍ପର୍କରେ ବିତର୍କ ହୋଇଥିଲା। ଅଗ୍ନିବୀର...

ପରାଜୟ ପରେ ବିରୋଧୀ କ୍ୟାମ୍ପରେ ବିଜେଡି; ମୋଦିଙ୍କ ଭାଷଣ ସମୟରେ ଇଣ୍ଡିଆ ମେଣ୍ଟ ସହିତ କଲା କକ୍ଷତ୍ୟାଗ

ଭୁବନେଶ୍ୱର,୩।୭: ପୂର୍ବରୁ ସଂସଦରେ ଅନେକ ଥର ଭାଜପାକୁ ସମର୍ଥନ କରୁଥିବା ବିଜୁ ଜନତା ଦଳ ବୁଧବାର ଇଣ୍ଡିଆ ମେଣ୍ଟ ପଦ ରାସ୍ତାରେ ଯୋଗ ଦେଇଛି। ରାଷ୍ଟ୍ରପତିଙ୍କ...

‘ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଅତ୍ୟନ୍ତ ଦୁଃଖଦାୟକ’

ରାଞ୍ଚତ୍,୩ା୭:ସଦ୍ୟ ଜେଲରୁ ଫେରିଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନ୍‌ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହାର ୫ ମାସ ପୂର୍ବରୁ ଝାଡ଼ଖଣ୍ଡ...

ଭୋଲେ ବାବାଙ୍କ ନାଁରେ ରହିଛି ଯୌନ ନିର୍ଯାତନା ମାମଲା

ହାଥରସ୍‌,୩ା୭: ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ହୋଇଥିବା ଏକ ସତ୍‌ସଙ୍ଗରେ ଦଳାଚକଟା ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ଯେତିକି ଦୁଃଖଦାୟକ ନୁହେଁ, ତା’ଠୁ...

ଦଳାଚକଟା ଘଟଣାରେ ଆସିଲା ଭୋଲେ ବାବାଙ୍କ ପ୍ରଥମ ପ୍ରତିକ୍ରିୟା

ହାଥରସ୍‌,୩ା୭:ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ଅପରାହ୍ନରେ ସତ୍‌ସଙ୍ଗ ଚାଲିଥିବାବେଳେ ଦଳାଚକଟା ଘଟି ୧୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସାରା ଦେଶରେ ଚହଳ...

ଇସ୍ତଫା ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ,

ରାଞ୍ଚି,୩।୭: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି ଚମ୍ପାଇ ସୋରେନ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ ଜେଲ୍ରୁ ଫେରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri