Categories: ଜାତୀୟ

ରାହୁଲ ନାର୍ବେକର ବାଚସ୍ପତି ନିର୍ବାଚିତ…

ମୁମ୍ବାଇ, ୩।୭ : ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ରବିବାରଠାରୁ ଆରମ୍ଭ ହୋଇଛି। ବାଚସ୍ପତି ଭାବେ ରାହୁଲ ନାର୍ବେକରଙ୍କୁ ନିର୍ବାଚିତ କରାଯାଇଛି। ବିଜୟ ପାଇଁ ୧୪୫ ଭୋଟର ଆବଶ୍ୟକତାଥିବାବେଳେ ନାର୍ବେକରଙ୍କ ସପକ୍ଷରେ ୧୬୪ ଭୋଟ ପଡ଼ିଥିଲା। ଜଣ ଜଣ କରି ବିଧାୟକଙ୍କ ମତ ପଚରା ଯାଇଥିଲା। ଏହାପରେ ଫଳଫଳ ଘୋଷଣା କରାଯାଇଥିଲା।

ବାଚସ୍ପତି ନିର୍ବାଚନରେ ଶିବସେନାର ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ରାଜନ ସାଲଭିଙ୍କୁ ମନୋନୀତ କରିଥିବାବେଳେ ଭାଜପାର ଯୁବ ନେତା ତଥା ପ୍ରଥମ ଥର ପାଇଁ ହୋଇଥିବା ବିଧାୟକ ରାହୁଲ ନାର୍ବକର ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରଥିଲେ। ଏହି ନିର୍ବାଚନରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ଦ୍ୱାରା ଏକ ହ୍ବିପ୍‌ ଜାରି କରାଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ କହିଥିଲେ ଯେ ଏହା ଆମ ପାଇଁ ପ୍ରଯୁଜ୍ୟ ନୁହେଁ।

Share