Categories: ଜାତୀୟ

ରାହୁଲ ନବୀନ ଇଡିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ

ନୂଆଦିଲ୍ଲୀ,୧୬।୯: ଇଡି ମୁଖ୍ୟ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ଶୁକ୍ରବାର ଅର୍ଥାତ୍‌ ୧୫ ସେପ୍ଟେମ୍ବରରେ ଶେଷ ହୋଇଛି। ବର୍ତ୍ତମାନ ଇଡିର ସ୍ବତନ୍ତ୍ର ନିର୍ଦ୍ଦେଶକ ରାହୁଲ ନବୀନଙ୍କୁ ଇଡିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।
ସଞ୍ଜୟ କୁମାର ମିଶ୍ରାଙ୍କ ପ୍ରାୟ ୪ ବର୍ଷ ୧୦ ମାସ ପାଇଁ ଇଡି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି।

ରାହୁଲ ନବୀନ ୧୯୯୩ ବ୍ୟାଚ ଆଇଆରଏସ ଅଧିକାରୀ। ସ୍ବତନ୍ତ୍ର ନିର୍ଦ୍ଦେଶକ ହେବା ବ୍ୟତୀତ ବିହାରରୁ ଆସିଥିବା ରାହୁଲ ନବୀନ ମଧ୍ୟ ଇଡି ମୁଖ୍ୟାଳୟର ମୁଖ୍ୟ ଭିଜିଲାନ୍ସ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। ସୂଚନାନୁସାରେ, ସେ ନୂତନ ନିର୍ଦ୍ଦେଶକଙ୍କ ଆନୁଷ୍ଠାନିକ ନିଯୁକ୍ତି ପର୍ଯ୍ୟନ୍ତ କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ଦାୟିତ୍ୱ ତୁଲାଇବେ।

Share