Categories: ଜାତୀୟ

ରାଲି ପାଇଁ ରାହୁଲଙ୍କୁ ମିଳିଲାନି ଅନୁମତି: କଂଗ୍ରେସ କାର୍ଯ୍ୟାଳୟ ନିକଟରେ ୧୪୪ ଧାରା

ନୂଆଦିଲ୍ଲୀ,୨୪।୧୨: କୃଷି ଆଇନ ବିରୋଧରେ ଗୁରୁବାର ରାଲି କରିବା ପାଇଁ ରାହୁଲ ଗାନ୍ଧୀ ଘୋଷଣା କରିଥିଲେ। ତେବେ ତାଙ୍କୁ ଏନେଇ ଅନୁମତି ମିଳି ନାହିଁ। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ କଂଗ୍ରେସ କାର୍ଯ୍ୟାଳୟ ନିକଟରେ ୧୪୪ ଧାରା ଜାରି କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ପାଇଁ ରାହୁଲ ନେତୃତ୍ୱରେ କଂଗ୍ରେସର ଏକ ସଦସ୍ୟ ଦଳ ରାଷ୍ଟ୍ରପତି ଭବନ ଯିବାର କାର୍ଯ୍ୟକ୍ରମ ଥିଲା। କଂଗ୍ରେସ ଦଳ ୨ କୋଟି ଅନ୍ନଦାତାଙ୍କ ହସ୍ତାକ୍ଷର ହୋଇଥିବା ଦାବି ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବା ଲାଗି ଘୋଷଣା କରାଯାଇଥିଲା। ତେବେ ଶେଷ ମୂହୁର୍ତ୍ତରେ ଯୋଜନା ଭଣ୍ଡୁର ହୋଇଯାଇଛି।

Share