Categories: ଜାତୀୟ

ପିତାଙ୍କ ଜୟନ୍ତୀ ଅବସରରେ ଭାବୁକ ପୋଷ୍ଟ ଲେଖିଲେ ରାହୁଲ

ନୂଆଦିଲ୍ଲୀ,୨୦।୮: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୬ତମ ଜୟନ୍ତୀ ପାଳିତ ହୋଇଛି। ଗୁରୁବାର ଦିଲ୍ଲୀର ବୀର ଭୂମିରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାପା ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ରାହୁଲ ଟୁଇଟରରେ ଏକ ଭାବୁକ ପୋଷ୍ଟ ଲେଖିଥିବା ଦେଖିବାକୁ ମିଳିଛି। ସେ ଟୁଇଟରରେ ଲେଖିଛନ୍ତି, ରାଜୀବ ଗାନ୍ଧୀ ସେ ସମୟର ଜଣେ ଦୂରଦ୍ରଷ୍ଟା ଥିଲେ। ସେ ଜଣେ ଦକ୍ଷ ନେତା ହେବା ସହ ଦୟାବାନ ଓ ସ୍ନେହୀ ମଣିଷ ଥିଲେ। ତେବେ ପିତାଙ୍କ ରୂପରେ ତାଙ୍କୁ ପାଇ ରାହୁୁଲ ନିଜକୁ ଭାଗ୍ୟଶାଳୀ ମନେ କରିବା ସହ ଗର୍ବ ଅନୁଭବ କରିଛନ୍ତି। ଆଜି ବି ସେ ବହୁ ମନେପଡ଼ନ୍ତି ବୋଲି ରାହୁଲ କହିଛନ୍ତି। ସୂଚନା ମୁତାବକ ୧୯୪୪ ଅଗଷ୍ଟ ୨୦ରେ ମୁମ୍ବାଇଠାରେ ରାଜୀବ ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ।

Share