Categories: ଜାତୀୟ

‘କଂଗ୍ରେସକୁ ବୁଡ଼ାଇବାକୁ ଆଉ କାହାର ଆବଶ୍ୟକତା ନାହିଁ, ରାହୁଲ-ପ୍ରିୟଙ୍କା ଯଥେଷ୍ଟ’

ଲକ୍ଷ୍ନୌ,୧୪।୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଏକ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରର ପିଠି ଥାପୁଡାଇ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ଦଳ ସହ ଜଡିତ ଏକ ପ୍ରଶ୍ନ ଉପରେ ଯୋଗୀ ଆଦିତ୍ୟନାଥ କହିଛନ୍ତି, କଂଗ୍ରେସକୁ ବୁଡ଼ାଇବାକୁ ଆଉ କାହାର ଆବଶ୍ୟକତା ନାହିଁ, ଭାଇ ଓ ଭଉଣୀ(ରାହୁଲ ଗାନ୍ଧୀ-ପ୍ରିୟଙ୍କା ଗାନ୍ଧୀ) ଯଥେଷ୍ଟ। ୟୁପିରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ସଂଖ୍ୟା ପୂର୍ବରୁ ହୋଇ ନାହିଁ। ଆମ ସରକାରରେ ଆଇନ ଶୃଙ୍ଖଳା ପ୍ରତି ଧ୍ୟାନ ଦିଆଯାଇଛି। ରାଜ୍ୟର ବିକାଶକୁ ବିରୋଧୀ ଦଳ ଦେଖୁନାହାଁନ୍ତି, ତେଣୁ ସେମାନେ ଅର୍ଥହୀନ ବିବୃତ୍ତି ଦେଉଛନ୍ତି। ଆମେ ଯାହା କହିଛୁ ତାହା କରିଛୁ। ଡବଲ ଇଞ୍ଜିନ ସରକାର ଲୋକଙ୍କ ଆଶା ପୂରଣ କରିଛନ୍ତି।ଭାଜପାର ବିଜୟ ଉପରେ ଯୋଗୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ପରେ ୟୁପିରେ ବହୁମତ ସହ ଭାଜପା ସରକାର ଗଠନ କରିବ ବୋଲି ପରିସ୍ଥିତି ସ୍ପଷ୍ଟ ହୋଇଯାଉଛି। ଆମ ସହିତ ୮୦ ପ୍ରତିଶତ ଲୋକ ଅଛନ୍ତି।
ସୂଚନାଯୋଗ୍ୟ,ୟୁପି ବିଧାନସଭା ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଗୋଆରେ ମତଦାନ ଚାଲିଛି। ୟୁପିର ୫୫ଟି ବିଧାନସଭା ଆସନରେ ମତଦାନ ଚାଲିଛି।

Share