Categories: ଜାତୀୟ

ଭାଇରାଲ ହେଉଛି ରାହୁଲ-ପ୍ରିୟଙ୍କାଙ୍କ ବରଫ ଫିଙ୍ଗା ଫଟୋ

ନୂଆଦିଲ୍ଲୀ,୩୦ା୧: ଭାରତ ଯାଡ଼ୋ ଯାତ୍ରାର ଶେଷ ଦିନରେ ଶ୍ରୀନଗରରେ ପ୍ରବଳ ତୁଷାରପାତ ହୋଇଛି। ଏହା ଦେଖି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଖୁସି ମନାଇଛନ୍ତି। ସେମାନେ ପରସ୍ପର ଉପରକୁ ବରଫ ଫିଙ୍ଗି ବେଶ୍‌ ମଜା ଉଠାଇଛନ୍ତି। ଏହା ବ୍ୟତୀତ ଅନ୍ୟ ପଥଚାରୀମାନେ ମଧ୍ୟ ତୁଷାରପାତକୁ ଉପଭୋଗ କରିଥିଲେ।

ସୂଚନାଯୋଗ୍ୟ, ପ୍ରବଳ ତୁଷାରପାତ ସତ୍ତ୍ୱେ ସୋମବାର ଶ୍ରୀନଗରସ୍ଥିତ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟାଳୟରେ ‘ଭାରତ ଯୋଡ଼ୋ ଯାତ୍ରା’ ଶେଷ ହୋଇଛି। ପତାକା ଉତ୍ତୋଳନ ସମୟରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ କଂଗ୍ରେସ ମୁଖ୍ୟାଳୟରେ ଜାତୀୟ ପତାକା ଉଡ଼ାଇବା ସହ ଭାରତ ଯୋଡ଼ୋ ଯାତ୍ରା ସ୍ମାରକର ଉଦ୍‌ଘାଟନ କରିଥିଲେ। ପରେ ଏସ୍‌କେ ଷ୍ଟାଡିୟମରେ ଏକ ଜନସଭାର ଆୟୋଜନ କରାଯାଇଥିଲା।

Share