Categories: ଜାତୀୟ

ରାଫାଲ ଚୁକ୍ତିକୁ ନେଇ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ, ୨୩ା୮ : ଫ୍ରାନ୍ସରୁ କିଣାଯାଇଥିବା ରାଫାଲ ଯୁଦ୍ଧବିମାନକୁ ନେଇ ସରକାର ଉତ୍ସାହିତ ହୋଇପଡ଼ିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ରାଫାଲ ଚୁକ୍ତିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଏକ ନ୍ୟୁଜ୍‌ ରିପୋର୍ଟ’ର ଦାବିକୁ ଆଧାରକରି ରାଫାଲ କ୍ରୟବେଳେ ପ୍ରତିରକ୍ଷା ଅଫ୍‌ସେଟ୍‌ ଚୁକ୍ତି ସମ୍ପର୍କରେ ସିଏଜିରେ ଦାଖଲ ହୋଇଥିବା ଅଡିଟ୍‌ ପର୍‌ଫର୍ମାନ୍ସରେ ନିର୍ଦ୍ଦିଷ୍ଟ ତଥ୍ୟ ଦିଆଯାଇ ନ ଥିବା ରାହୁଲ ଟୁଇଟ କରିଥିଲେ। ଜନସାଧାରଣଙ୍କ ଟଙ୍କା ଚୋରି କରାଯାଇ ରାଫାଲ କ୍ରୟ କରାଯାଇଥିବା ସେ ଅଭିଯୋଗ କରିବା ପରେ ଏହାକୁ ନେଇ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଏହାକୁ ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ସମାଲୋଚନା କରି ୨୦୨୪ ସାଧାରଣ ନିର୍ବାଚନରେ ଏହାକୁ ପ୍ରସଙ୍ଗ କରି ରାହୁଲ ନିର୍ବାଚନ ଲଢ଼ିବାକୁ ଆମେ ସ୍ବାଗତ କରୁଛୁ ବୋଲି ସେ କଟାକ୍ଷ କରି କହିଛନ୍ତି।

Share