Categories: ଜାତୀୟ

ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବାକୁ ରାହୁଲ ପ୍ରସ୍ତୁତ !

ନୂଆଦିଲ୍ଲୀ,୫।୧: କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷଭାବେ ଦାୟିତ୍ୱ ଗ୍ରହଣ କରିବାକୁ ରାହୁଲ ଗାନ୍ଧୀ ପ୍ରସ୍ତୁତି ଆରମ୍ଭ କରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦଳରେ ଦୀର୍ଘ ଦିନ ଧରି ଦେଖାଦେଇଥିବା କନ୍ଦଳକୁ ସମ୍ଭାଳିବାରେ ରାହୁଲ ସକ୍ଷମ ହେବେ ବୋଲି କୁହାଯାଉଛି। ଗତ ଶନିବାର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଘରେ ହୋଇଥିବା ବୈଠକରେ ଦଳର ବରିଷ୍ଠ ନେତାମାନେ ଯୋଗଦେଇଥିଲେ। ପୁଣିଥରେ ରାହୁଲଙ୍କୁ ଅଧ୍ୟକ୍ଷ କରାଯିବା ନେଇ ଆଲୋଚନା ହୋଇଥିଲା। ଉପସ୍ଥିତ ସଦସ୍ୟମାନେ ସାମ୍ପ୍ରତିକ ସ୍ଥିତିରେ ଦଳର ନେତୃତ୍ୱ ରାହୁଲ ନେବା ଲାଗି ସହମତି ପ୍ରକାଶ ପାଇଥିବା କୁହାଯାଉଛି।

Share