Categories: ଜାତୀୟ

ବାଇକ ଚଳାଇଲେ ରାହୁଲ, ସୋସିଆଲ ମିଡ଼ିଆରେ ଭାଇରାଲ…

ଲେହ,୧୯।୮ : ଲଦାଖ ଗସ୍ତରେ ଯାଇଥିବା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଶନିବାର ଏକ ଭିନ୍ନ ଅବତାରରେ ନଜର ଆସିଛନ୍ତି। ରାହୁଲ ପାଙ୍ଗୋଙ୍ଗ ହ୍ରଦ ନିକଟରେ ସେ ବାଇକ ଚଳାଉଥିବାର ନଜର ଆସିଥିଲେ। ରାହୁଲ ଗାନ୍ଧୀ ନିଜର ଅଫିସିଆଲ ଏକ୍ସ (ଟୱିଟର) ହ୍ୟାଣ୍ଡେଲରେ ବାଇକ ଚଲାଇବାର ଫଟୋ ଶେୟାର କରିଛନ୍ତି। ରାହୁଲ ଗାନ୍ଧୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି।

ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ରାହୁଲ ଗାନ୍ଧୀ ଲେଖିଛନ୍ତି, ପାଙ୍ଗୋଙ୍ଗ ହ୍ରଦକୁ ଯିବା ବାଟରେ, ଯାହା ମୋ ବାପା କହୁଥିଲେ ଦୁନିଆର ସବୁଠୁ ସୁନ୍ଦର ସ୍ଥାନ। ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ଅଗଷ୍ଟ ୨୦ ରେ ପାଙ୍ଗୋଙ୍ଗ ହ୍ରଦରେ ପୂଜା କରିବେ। ଏବେ ରାହୁଲଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share