ଆଇସିୟୁରୁ ବାହାରକୁ ଆସିଲେ ରାହୁଲ

ମୁମ୍ବାଇ,୨।୧୨: ଆଶିକି ଫେମ୍‌ ଅଭିନେତା ରାହୁଲ ରୟଙ୍କ ସ୍ବାସ୍ଥ୍ୟାବସ୍ଥାରେ ଏବେ ସୁଧାର ଆସୁଛି। ମଙ୍ଗଳବାର ତୁଳନାରେ ବୁଧବାର ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅଳ୍ପବହୁତେ ସୁଧାର ଆସିଥିବା ଜଣାପଡ଼ିଛି। ବୁଧବାର ତାଙ୍କୁ ଆଇସିୟୁରୁ ଜେନେରାଲ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି। ଏନେଇ ତାଙ୍କ ଭିଣୋଇ ରୋମିର ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କର ସ୍ପିଚ୍‌ ଓ ଫିଜିକାଲ୍‌ ଥେରାପି ଚିକିତ୍ସା କରାଯାଉଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ସୂଚନାଯୋଗ୍ୟ, ରାହୁଲ କାର୍ଗିଲରେ ଫିଲ୍ମ ଏଲ୍‌ଏସି:ଲାଇଭ୍‌ ଦ ବେଟେଲର ଶୁଟିଂ କରୁଥିଲେ। ସେହି ସମୟରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ଏହାପରେ ତାଙ୍କୁ ମୁମ୍ବାଇ ସ୍ଥିତ ନାନାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Share