ଦୁବାଇ, ୨୪।୯: କିଙ୍ଗ୍ସ ଇଲେଭେନ ପଞ୍ଜାବ ଅଧିନାୟକ ଲୋକେଶ ରାହୁଲ ଆଇପିଏଲ୍ ତ୍ରୟୋଦଶ ସଂସ୍କରଣର ପ୍ରଥମ ଶତକ ହାସଲ କରିଛନ୍ତି। ଗୁରୁବାର ଏଠାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ରେ ରାହୁଲ (୧୩୨ ରନ)ଙ୍କ ବିସ୍ଫୋରକ ଶତକ ବଳରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ୍ ହରାଇ ୨୦୬ ରନ୍ ସଂଗ୍ରହ କରିଛି। ଫଳରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ବାଙ୍ଗାଲୋର ସାମ୍ନାରେ ୨୦୭ ରନର କଷ୍ଟସାଧ୍ୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ରାହୁଲ ତାଙ୍କ ୬୯ ବଲର ଇନିଂସ ମଧ୍ୟରେ ୧୪ ଚୌକା ଓ ୭ ଛକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୟଙ୍କ ଅଗ୍ରଓ୍ବାଲ ୨୬, ନିକୋଲାସ ପୁରାନ ୧୭, ଗ୍ଲେନ ମ୍ୟାକ୍ସଓ୍ବେଲ ୫ ଓ କରୁଣ ନାୟାର ୧୫* ରନ କରିଥିଲେ। ସଫଳ ବୋଲର ଭାବେ ଶିଭମ ଦୁବେଙ୍କୁ ୨ଟି ଉଇକେଟ୍ ମିଳିଥିଲା।