Categories: ଜାତୀୟ

ଇତିହାସ ରଚିପାରନ୍ତି ରାହୁଲ

ନୂଆଦିଲ୍ଲୀ, ୪।୬: ଏଥର ଲୋକ ସଭା ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି। ଗୋଟିଏ ପଟେ ଏନଡିଏର ୪୦୦ ପାର୍‌ ସ୍ଲୋଗାନ ଫେଲ୍‌ ମାରିବାକୁ ଯାଉଥିବା ବେଳେ ଅନ୍ୟପଟେ ୧୦ ବର୍ଷର ରେକର୍ଡ ଭାଙ୍ଗିପାରେ କଂଗ୍ରେସ। ଦିନେ ରାହୁଲଙ୍କୁ ପପୁ ବୋଲି କହି ପରିହାସ କରିଥିବା ଦଳ ଏବେ ଦେଖିବାକୁ ପାଇପାରନ୍ତି ତାଙ୍କ କମାଲ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଥର ଉତ୍ତର ପ୍ରଦେଶ ରାୟବରେଲିରୁ ପ୍ରତିଦ୍ୱେନ୍ଦିତା କରୁଥିବା ବେଳେ ଏବେ ସେ ୧,୭୩,୧୭୯ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଦିନେଶ ପ୍ରତାପ ସିଂଙ୍କଠାରୁ ବହୁ ଆଗରେ ଅଛନ୍ତି। ସେହିପରି କେରଳର ଓ୍ବାୟନାଡ ଆସନରେ ବି କମାଲ କରିଛନ୍ତି ରାହୁଲ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କମ୍ୟୁନିଷ୍ଟ ପାର୍ଟିର ଆନି ରାଜାଙ୍କଠାରୁ ୨,୪୪,୫୧୩ ଭୋଟରେ ଆଗରେ ଅଛନ୍ତି।

Share