Advertisement
Categories: ଜାତୀୟ

ମୋଦିଙ୍କୁ ଘେରିଲେ ରାହୁଲ, ନିଜ ବିଫଳତା ପାଇଁ କାହାକୁ ଦୋଷ ଦେବେ, ନେହେରୁ ନା ଜନତାଙ୍କୁ…

ନୂଆଦିଲ୍ଲୀ, ୩୦।୪ : ଦେଶରେ ବଢୂଥିବା ବିଦ୍ୟୁତ ସଙ୍କଟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛନ୍ତି। ସେ ଶନିବାର ଟୁଇଟ୍‌ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏବେ ନିଜ ବିଫଳତା ପାଇଁ କାହାକୁ ଦୋଷ ଦେବେ। ନେହେରୁ, ରାଜ୍ୟ ସରକାର ନା ଜନତାଙ୍କୁ।

ଏହା ସହିିତ ରାହୁଲ ପ୍ରଧାନମନ୍ତ୍ରୀ ଦେଇଥିବା ଭିଛି ଭାଷଣକୁ ମଧ୍ୟ ଶେୟାର କରିଛନ୍ତି। ପ୍ରଧାନନ୍ତ୍ରୀଙ୍କ ପ୍ରତିଶ୍ରୁତି ସବୁବେଳେ ପ୍ରବଞ୍ଚନା ପାଲଟିଥିବା ସେ କହିଛନ୍ତି। ୨୦୧୫ରେ ପ୍ରତି ଘରେ ୨୪ ଘଣ୍ଟିଆ ବିଦ୍ୟୁତ୍‌ ଉପଲବ୍ଧ କରାଇବା ଲାଗି କହିଥିଲେ। ମାତ୍ର ତାହା ପୂରଣ ହୋଇ ପାରିନାହିଁ।

ସେହିପରି ୨୦୧୭ରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ଏକ ଭିଡ଼ିଓ ରାହୁଲ ଟ୍ୟାଗ୍‌ କରିଛନ୍ତି। ପ୍ରଧାନ କହିଥିଲେ ଯେ, ଏବେ ଆଉ ବିଦ୍ୟୁତ୍‌ ଅବା କୋଇଲା ସଙ୍କଟ ଦେଖାଯିବ ନାହିଁ। ମାତ୍ର ତାହା ମିଥ୍ୟାରେ ପରିଣତ ହୋଇଥିବା ରାହୁଲ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share