Posted inଜାତୀୟ

ପଛରେ ବସିଲେ ରାହୁଲ: ପ୍ରୋଟକଲରେ ବଡ଼ ତ୍ରୁଟି, ସରକାର କହିଦେଲେ…

ନୂଆଦିଲ୍ଲୀ,୧୬।୮: ଦେଶ ୭୮ତମ ସ୍ବାଧୀନତା ଦିବସ ପାଳନ କରୁଛି। ଗୁରୁବାର ଏହି ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ତେବେ ଗତକାଲି ଏଠାରେ ହୋଇଥିବା ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଲାଲକିଲ୍ଲାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପଛ ସିଟ୍‌ ଦିଆ ଯାଇଥିଲା। ଯାହାକୁ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଲାଗି ରହିଛି। ରାହୁଲ ଗାନ୍ଧୀ ବସିଥିବା ସ୍ଥାନରେ ଅଲିମ୍ପିକ୍ସର ଖେଳାଳିମାନେ ବସିଥିଲେ। ହେଲେ ନିୟମ ଅନୁଯାୟୀ ଦେଶର ବିରୋଧୀ ଦଳ ନେତାଙ୍କୁ ପଛ ସିଟ୍‌ରେ ବସିବାର କୌଣସି ପ୍ରାବଧାନ ନ ଥାଏ। ଯାହାକୁ ନେଇ ବିରୋଧୀ କଂଗ୍ରେସ ଭାଜପାକୁ ପ୍ରଶ୍ନ କରିଛି। ତେବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଚି କି ବିରୋଧୀ ଦଳ ନେତାଙ୍କ ଆସନ ସବୁଠାରୁ ଆଗରେ ଥାଏ ହେଲେ ଭାଜପାର ଏପରି ଅବବ୍ୟସ୍ଥା ଯୋଗୁ ରାହୁଲ ଗାନ୍ଧୀଙ୍କୁ ପଛରେ ବସିବାକୁ ପଡିଥିଲା।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ କାହାକୁ କେଉଁ ସିଟ୍‌ ମିଳିଥାଏ, ଏହା କିପରି ନିର୍ଣ୍ଣୟ ନିଆଯାଏ? ସାଧାରଣ ପ୍ରୋଟକଲ ଅନୁସାରେ ବିରୋଧୀ ଦଳ ନେତାଙ୍କ ଆସନ ବରିଷ୍ଠ ନେତାଙ୍କ ମଧ୍ୟରେ କେଉଁଠି ଆସିଥାଏ।

କହିରଖୁଛୁ କି, ଜାତୀୟ କାର୍ଯ୍ୟକ୍ରମ ଆୟୋଜନରେ କିଏ କେଉଁଠି ବସିବେ, କେଉଁ ନେତା କେଉଁ ଆସନ ଗ୍ରହଣ କରିବେ ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥାଏ। ପ୍ରତିଟି କାର୍ଯ୍ୟକ୍ରମରେ ବରିଷ୍ଠ ନେତାଙ୍କ ଆଧାରରେ ସିଟ୍‌ ବ୍ୟବସ୍ଥା କରାଯାଏ। ବରିଷ୍ଠତାକୁ ନେଇ ନିଷ୍ପତ୍ତି ଗୃହ ମନ୍ତ୍ରଣାଳୟର ଟେବୁଲ ଅଫ୍‌ ପ୍ରେସିଡେନ୍ସ ଲିଷ୍ଟ ଆଧାରକୁ ନେଇ ପ୍ରସ୍ତୁତ କରିଥାଏ। ଏହି ଆଧାରରେ ପ୍ରୋଟକଲ ପ୍ରସ୍ତୁତ ହୋଇଥାଏ।

ତେବେ ପ୍ରସ୍ତୁତ ହୋଇଥିବା ନିର୍ଦ୍ଧାରିତ ଲିଷ୍ଟନୁସାରେ ପ୍ରଥମ ସ୍ଥାନରେ ଭାରତର ରାଷ୍ଟ୍ରପତି, ଏହା ପରେ କ୍ରମଶଃ ଭାରତର ଉପ-ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟଗୁଡିକର ରାଜ୍ୟପାଳ, ପୂର୍ବ ରାଷ୍ଟ୍ରପତି, ଉପ ପ୍ରଧାନମନ୍ତ୍ରୀ, ଦେଶର ପ୍ରଧାନ ବିଚାରପତି, ଲୋକ ସଭା ସ୍ପିକର ଇତ୍ୟାଦିଙ୍କ ପାଳି ପଡିଥାଏ। ଏହାପରେ କେନ୍ଦ୍ର ମନ୍ତ୍ରୀ, କେନ୍ଦ୍ର ରାଜ୍ୟ ମନ୍ତ୍ରୀ, ନୀତି ଆୟୋଗର ଡେପୁଟି ଚେୟାରମ୍ୟାନ, ପୂର୍ବ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ସଭା ଏବଂ ଲୋକ ସଭାର ବିରୋଧୀ ଦଳ ନେତାଙ୍କ ପଦ ଆସିଥାଏ। ଟେବୁଲ ଅଫ୍‌ ପ୍ରେସିଡେନ୍ସନୁସାରେ କେନ୍ଦ୍ର ମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କୁ ସମାନ ଦେଖାଯାଏ। ଏହି ୨ଟି ଧାଡି ପରେ ଭାରତ ରତ୍ନ ପ୍ରାପ୍ତ ଖେଳାଳି, ମୁଖ୍ୟମନ୍ତ୍ରୀଙ୍କ ପାଳି ପଡିଥାଏ। ବେଳେବେଳେ ବିଶେଷ ଆୟାଜନମାନଙ୍କରେ ପରିବର୍ତ୍ତନ ମଧ୍ୟ କରାଯାଏ। ଯେମିତି କି ଏଥର ଅଲିମ୍ପିକ୍ସ ଖେଳାଳିଙ୍କ ବିଶେଷ ସ୍ଥାନ ଦିଆଯାଇଥିଲା।

ହେଲେ ଗତକାଲି ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ୫ମ ଧାଡିରେ ବସାଯାଇଥିବାବେଳେ ପ୍ରଥମ ଧାଡିରେ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦଚୂଡ, କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ଶିବରାଜ ସିଂ ଚୌହାନ, ଅମିତ ଶାହା ଏବଂ ଏସ ଜୟଶଙ୍କର ବସିଥିଲେ। ତେବେ ରାହୁଲ ୫ମ ଧାଡିରେ ବସିବାକୁ ନେଇ କୌଣସି ବିଶେଷ ସୁବିଧା ପାଇଁ ଅନୁରୋଧ କରି ନଥିଲେ। ସେହିପରି ରାଜ୍ୟ ସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜ୍ଜୁନ ଖାର୍ଗେଙ୍କୁ ମଧ୍ୟ ୫ମ ଧାଡିରେ ବସିବାକୁ ଦିଆଯାଇଥିଲା।

ସୂଚନାଥାଉ କି, ରାହୁଲ ଗାନ୍ଧୀଙ୍କ ଆସନକୁ ନେଇ ହେଉଥିବା ବିବାଦ ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏନେଇ ନିଜର ସଫେଇ ଦେଇଛି। ମନ୍ତ୍ରଣାଳୟନୁସାରେ, ସ୍ବାଧୀନତା ଦିବସ ଅବସରରେ ଆଗ ଦାଡିରେ ଅଲିମ୍ପିକ୍ସ ମେଡାଲ ବିଜେତାଙ୍କୁ ବସିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଯେଉଁ କାରଣରୁ ରାହୁଲ ଗାନ୍ଧୀଙ୍କୁ ପଛ ସିଟ୍‌ରେ ବସିବାକୁ ପଡିଲା। ନଚେତ୍‌ ପ୍ରୋଟକଲ୍‌ ମୁତାବିକ ବିରୋଧୀ ଦଳ ନେତା ଆଗ ଧାଡିରେ ବସିବାର ବ୍ୟବସ୍ଥା ରହିଛି।
ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ସମୟରୁ ବିରୋଧୀ ଦଳ ନେତା ଭାବରେ ସୋନିଆ ଗାନ୍ଧୀଙ୍କୁ ଏହିସବୁ ଆୟୋଜନରେ ଆଗ ଧାଡିରେ ବସିବାକୁ ଆୟୋଜନ କରାଯାଇଥିଲା।୧୦ବର୍ଷ ମଧ୍ୟରେ ଏହି ପଦ ଖାଲି ରହିବାକୁ ବିରୋଧୀ ଦଳ ନେତାଙ୍କ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶାହାଙ୍କ ଉପରେ ପୁରସ୍କାର ଘୋଷଣା କଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ, ସିଆର୍‌ପିଏଫ୍‌ ସ୍କୁଲ ବନ୍ଦ ପାଇଁ ଆହ୍ବାନ

ନୂଆଦିଲ୍ଲୀ,୨୫ା୧୦ : ଖଲିସ୍ତାନୀ ଆତଙ୍କବାଦୀ ତଥା ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ (ଏସ୍‌ଏଫ୍‌ଜେ) ମୁଖ୍ୟ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁ ପୁଣିଥରେ ଭାରତକୁ ଧମକ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୫।୧୦: ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା ଲାଗିଛି। ବାରାଣସୀ କୋର୍ଟ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି। ତେବେ ଜ୍ଞାନବାପିର ଏଏସ୍‌ଆଇ ସର୍ଭେ...

କିଏ ନେବେ ରତନ ଟାଟାଙ୍କ ଅତିପ୍ରିୟ ‘ଟିଟୋ’ର ଯତ୍ନ, ସାମ୍ନାକୁ ଆସିଲା ଏହି ନାମ

ମୁମ୍ବାଇ,୨୫।୧୦: ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ତଥା ସମ୍ମାନିତ ଚେୟାରମ୍ୟାନ ରତନ ଟାଟାଙ୍କ ଅକ୍ଟୋବର ୯ରେ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ...

ଝାଡଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୫।୧୦: ଆଗକୁ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଝାଡଖଣ୍ଡ ନିର୍ବାଚନକୁ ନେଇ ସବୁ ଦଳ ବଳ କଷାକଷି ଆରମ୍ଭ କରିଥିବାବେଳେ ଜାତୀୟ ରାଜନୀତି...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସୁପ୍ରିମକୋର୍ଟଙ୍କରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ହାଇକୋର୍ଟଙ୍କ...

ନୀତୀଶ କୁମାରଙ୍କୁ ଭେଟିଲେ ଖାନ ସାର୍‌, ବଢୁଛି ରାଜନୈତିକ ଉଷ୍ମତା

ପାଟନା,୨୫।୧୦: ଏବେ ବିହାରର ରାଜଧାନୀ ପାଟନାରୁ ଏକ ବଡ ଖବର ସାମ୍ନାକୁ ଆସିଛି। ପ୍ରତିଯୋଗିତାମୂଳକ ପରୀକ୍ଷାର ଜଣାଶୁଣା ଶିକ୍ଷକ ଖାନ ସାର୍‌ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri