Categories: ଜାତୀୟ

ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ, ଆପଣ ତ ଭେଜିଟେରିଆନ ଅଟନ୍ତି ମୋଦିଜୀ…

ନୂଆଦିଲ୍ଲୀ,୧୯।୫: ପୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ଦିଲ୍ଲୀରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ସେ ମୋଦିଙ୍କୁ ନିଶାନା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋ ସହିତ ଗୋଟିଏ ବିତର୍କ କରିପାରୁ ନାହାନ୍ତି। ଚଳିତ ନିର୍ବାଚନରେ ଜନତା ତାଙ୍କୁ କ୍ଷମତାଚ୍ୟୁତ କରିବେ। ଏଥର ଇଣ୍ଡିଆ ମେଣ୍ଟର ସରକାର ହେବ। ଏହି କ୍ରମରେ ରାହୁଲ, ନିକଟରେ ମୋଦି ନେଇଥିବା ଏକ ସାକ୍ଷାତକାର ସମ୍ପର୍କରେ ଉଲ୍ଲେଖ କରିଥିଲେ।

ସେ କହିଛନ୍ତି, ନିକରେ ମୋଦିଜୀ ଏକ ସାକ୍ଷାତକାର ଦେଇଥିଲେ। ଯେଉଁଥିରେ ତାଙ୍କୁ ହିନ୍ଦୁ-ମୁସଲମାନ ନେଇ ପ୍ରଶ୍ନ ପଚରାଯାଇଥିଲା। ଏହାର ଜବାବ ରଖି ସେ କହିଥିଲେ, ଯେତେବେଳେ ସେ ଛୋଟ ଥିଲେ ତାଙ୍କ ପଡୋଶୀ ମୁସଲମାନ ଭାଇ ଇଦରେ ତାଙ୍କ ପାଇଁ ଖାଇବା ପଠାଉଥିଲେ। କିନ୍ତୁ ଆପଣ ତ ଭେଜିଟେରିଆନ ଅଟନ୍ତି ମୋଦିଜୀ, କ’ଣ ଆପଣ ଭେଜିଟେରିଆନ ନୁହନ୍ତି କି?

Share