Categories: ଜାତୀୟ

ରାହୁଲଙ୍କୁ ଘୋଷଣା କରାଯାଉ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ମଣିକମ ଟାଗୋର…

ନୂଆଦିଲ୍ଲୀ,୨୫।୫ : ଆସନ୍ତା ଲୋକସଭା ନିର୍ବାଚନରେ ଭାଜପାକୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀଙ୍କୁ ଏକଜୁଟ କରିବା ସଂଗ୍ରାମ ମଧ୍ୟରେ କଂଗ୍ରେସ ଏମପି ମଣିକମ ଟାଗୋର ଦଳକୁ ଏହାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି। ବିରୋଧୀ ଦଳ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ କରିବାକୁ ସେ ଦାବି କରିଛନ୍ତି।

ମାର୍ଚ୍ଚରେ ମୋଦି ଉପନାମ ଉପରେ ଦେଇଥିବା ମନ୍ତବ୍ୟ ନେଇ ମାନହାନି ମାମଲାରେ ଦୁଇ ବର୍ଷ କାରାଦଣ୍ଡା ଦେଶ ପରେ ରାହୁଲଙ୍କୁ ଲୋକସଭା ଏମପି ଭାବେ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଲୋକସଭାରେ କଂଗ୍ରେସ ସଚେତକ ଏକ ମିଡିଆ ଗୋଷ୍ଠୀର ଏକ ସର୍ଭେ ଟୁଇଟ କରି ଏଭଳି କହିଛନ୍ତି। ଏଥିରେ ୩୪ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ପାଇଁ ରାହୁଲଙ୍କୁ ପସନ୍ଦ କରିଛନ୍ତି। ଏହି ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୪୩ ପ୍ରତିଶତ ଭୋଟ ମିଳିଛି।

Share