Categories: ଖେଳ

ବିବାହ କରିବେ ରାହୁଲ, ବିସିସିଆଇକୁ ମାଗିଲେ ଛୁଟି

ମୁମ୍ବାଇ,୧।୧୨: ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ ଏଲ ରାହୁଲ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୀର୍ଘ ଦିନର ସମ୍ପର୍କ ପରେ ବିବାହର ସ୍ବୀକୃତି ଦେବାକୁ ଦୁହେଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଆସନ୍ତା ମାସ ତଥା ଜାନୁଆରୀ ପ୍ରଥମ ସପ୍ତାହରେ ବିବାହ କରିବେ ବୋଲି ଜଣାପଡିଛି। ଇତି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି ଯେ, ରାହୁଲ ତାଙ୍କ ବିବାହକୁ ନେଇ ବିସିସିଆଇକୁ ଛୁଟି ମାଗିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଭାରତରେ ହେବାକୁ ଥିବା ତିନି ମ୍ୟାଚର ଟି -୨୦ ଏବଂ ୱାନ ଡେ ସିରିଜରେ ଖେଳି ପାରିବେ ନାହିଁ। ହେଲେ ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କା ସିରିଜ ପାଇଁ ବିସିସିଆଇ ପକ୍ଷରୁ କୌଣସି କାର୍ଯ୍ୟସୂଚୀ ପ୍ରକାଶ ପାଇନାହିଁ। କିନ୍ତୁ ଉଭୟ ବିବାହ ସିରିଜ ସମୟରେ ହୋଇପାରେ ବୋଲି କୁହାଯାଉଛି।

Share