Categories: ଜାତୀୟ

ବଡ଼ ବିଜୟ ଅଭିମୁଖେ ରାହୁଲ

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନରେ ଏଥର ଉଭୟ କେରଳର ୱାୟନାଡ ଓ ଉତ୍ତର ପ୍ରଦେଶର ରାଏବରେଲି ଆସନ ଦଖଲ କରିବା ଦିଗରେ ରାହୁଲ ଗାନ୍ଧୀ। ୱାୟନାଡରେ ରାହୁଲ ବଡ ମାରଜିନ୍‌ରେ ଆଗକୁ ବଢୁଛନ୍ତି। ପ୍ରାୟ ୧ଲକ୍ଷ ୪୩ ହଜାର ୮୧ ଭୋଟରେ ରାହୁଲ ଆଗୁଆ ଅଛନ୍ତି।

ଅନ୍ୟପଟେ ରାଏବେରେଲିରେ ମଧ୍ୟ ରାହୁଲ ଆଗରେ ଅଛନ୍ତି। ସେ ଏଠାରେ ୧ ଲକ୍ଷ ୪୭ ହଜାର ୯୩୫ ଭୋଟରେ ଆଗୁଆ। ଏଠାରେ ଭାଜପା ପ୍ରାର୍ଥୀ ଦିନେଶ ପ୍ରତାପ ସିଂହ ତାଙ୍କୁ କଡା ଟକ୍କର ଦେଉଛନ୍ତି।

Share