Posted inଜାତୀୟ

ମୋଦିଙ୍କ ମା‘ଙ୍କ ପାଇଁ ଭାବୁକ ଟୁଇଟ କଲେ ରାହୁଲ…

ନୂଆଦିଲ୍ଲୀ,୨୮।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା‘ ହୀରାବେନଙ୍କ ସ୍ବାସ୍ଥ୍ୟ ଖରାପ ହେବା ନେଇ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଭାବୁକ ଟୁଇଟ କରିଛନ୍ତି। ରାହୁଲ ଲେଖିଛନ୍ତି, ’ମା ଏବଂ ପୁଅ ମଧ୍ୟରେ ପ୍ରେମ ଅନନ୍ତ ଏବଂ ଅମୂଲ୍ୟ ଅଟେ। ମୋଦି ଜୀ, ମୋର ପ୍ରେମ ଏବଂ ସମର୍ଥନ ଏହି କଠିନ ସମୟରେ ଆପଣଙ୍କ ସହିତ ଅଛି। ମୁଁ ଆଶା କରେ ଆପଣଙ୍କ ମା ଶୀଘ୍ର ଭଲ ହୋଇଯିବେ। ରାହୁଲଙ୍କ ଭାବୁକ ଟୁଇଟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ହୀରାବେନ ମୋଦିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ବୁଧବାର ଅହମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏଥି ସହ ୟୁଏନ ମେହେଟା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର ଏକ ବିବୃତ୍ତି ଜାରି କରି କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ହୀରାବେନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପ୍ରଧାନମନ୍ତ୍ରୀ ମଧ୍ୟ ଅହମ୍ମଦାବାଦ ଯାଇଛନ୍ତି। ସେ ବିମାନବନ୍ଦରରୁ ସିଧା ଡାକ୍ତରଖାନା ଯିବେ।

ହୀରାବେନଙ୍କୁ ୯୯ ବର୍ଷ ବୟସ। ଜୁନ ମାସରେ ୯୯ ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମା‘ଙ୍କୁ ଭେଟିବାକୁ ଯାଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ’ମା’ ନାମକ ଏକ ଭାବପ୍ରବଣ ବ୍ଲଗ ମଧ୍ୟ ଲେଖିଥିଲେ। ପ୍ରଧାନମନ୍ତ୍ରୀ ପ୍ରାୟତଃ ତାଙ୍କ ମା ସହିତ ଥିବା ଭାବପ୍ରବଣତା ବିଷୟରେ କଥାବାର୍ତ୍ତା କରନ୍ତି । ନିକଟରେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ମାଙ୍କୁ ଭେଟିବାକୁ ଯାଇଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ମା‘ଙ୍କ ସହ ଚା ’ପିଇବାର ଫଟୋ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆରଏସ୍‌ଏସ୍‌ ଆମର ଶାସକ ନୁହେଁ, ସଂଘ ମୁଖ୍ୟଙ୍କୁ ରାମଭଦ୍ରାଚାର୍ଯ୍ୟଙ୍କ ବାର୍ତ୍ତା

ନୂଆଦିଲ୍ଲୀ, ୨୩।୧୨: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ ନିକଟରେ କହିଥିଲେ ଯେ କେତେକ ଲୋକ ଅନୁଭବ କରୁଛନ୍ତି ଯେ ସେମାନେ...

ଭାରତ ଉପରେ ବାଂଲାଦେଶର ଆଉ ଏକ ବଡ଼ ଅଭିଯୋଗ

ଢାକା/ନୂଆଦିଲ୍ଲୀ,୨୩।୧୨: ବାଂଲାଦେଶ କ୍ରମାଗତ ଭାବରେ ଭାରତ ଉପରେ ନୂଆ ଅଭିଯୋଗ କରୁଛି। ବର୍ତ୍ତମାନ ବାଂଲାଦେଶର ଏକ ଅନୁସନ୍ଧାନ କମିଶନ ଦେଶରୁ ଲୋକ ନିଖୋଜ ହେବାରେ ଭାରତର...

ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ଦିଲ୍ଲୀ ପ୍ରଜ୍ଞାପନ ମେଢ଼ ବାଦ୍‌: କେନ୍ଦ୍ରକୁ କଡ଼ା ସମାଲୋଚନା କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩ା୧୨: ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ବାଦ୍‌ ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାରୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର...

୭୧,୦୦୦ ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି

ନୂଆଦିଲ୍ଲୀ,୨୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୧ହଜାରରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।...

ସମ୍ଭଲରୁ ମିଳିଲା ୧୫୦ ବର୍ଷର ପୁରୁଣା କୂଅ, ସୁଡ଼ଙ୍ଗ

ସମ୍ଭଲ, ୨୩।୧୨: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଚନ୍ଦୌସିଠାରେ ରବିବାର ଏକ ଜମିକୁ ଖନନ କରାଯାଉଥିବାବେଳେ ୧୫୦ ବର୍ଷର ପୁରୁଣା ଏକ ବିଶାଳକାୟ ପାହାଚ ବିଶିଷ୍ଟ କୂଅ ମିଳିଛି। ସେହିପରି...

କୁଏଟ୍‌ରେ ଗଞ୍ଜାମ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩ା୧୨: କୁଏଟ୍‌ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ରହୁଥିବା ଗଞ୍ଜାମ ଜିଲାର ଜଣେ ଶ୍ରମିକଙ୍କ ସହ ଶନିବାର କଥା ହୋଇଥିଲେ। ବବୁଲ ନାମକ...

କୁଏତ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧୨: ଦୁଇ ଦିନିଆ କୁଏତ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାତିରେ ଦିଲ୍ଲୀରେ ପହଞ୍ଚିଛନ୍ତି। କୁଏତରେ ପ୍ରଧାନମନ୍ତ୍ରୀ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମରେ...

ଇଚ୍ଛାମୃତ୍ୟୁ ଦାବି କରିଥିବା କୃଷକଙ୍କୁ ୯.୯୧ ଲକ୍ଷ ଟଙ୍କା ଜରିମାନା:ଜାଣନ୍ତୁ କାହିଁକି

ଝୁନ୍‌ଝୁନୁ,୨୨ା୧୨:ଇଚ୍ଛାମୃତ୍ୟୁ ଦାବି କରୁଥିବା ରାଜସ୍ଥାନ ଝୁନ୍‌ଝୁନୁ ଜିଲାର ଜଣେ କୃଷକ ଓ ତାଙ୍କ ପରିବାର ଆତ୍ମଦାହ ଉଦ୍ୟମ କରୁଥିବାବେଳେ ପୋଲିସ ପହଞ୍ଚତ୍ ସେମାନଙ୍କୁ ଅଟକାଇଥିଲା। ଶ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri