ପତ୍ନୀଙ୍କୁ ଦାମୀ ଉପହାର ହେଲେ ରାହୁଲ

ମୁମ୍ବାଇ: ଦିଶା ପରମାର ଓ ରାହୁଲ ବୈଦ୍ୟ ଟେଲିଭିଜନ ଦୁନିଆର ମୋଷ୍ଟ ପପୁଲାର କପଲ। ଏବେ ଏହି କପଲ ତାଙ୍କ ଲାଇଫର ବେହଦ ଖୁବସୁରତ ଫେଜରେ ଅଛନ୍ତି। ଘଟଣା ହେଲା ଖୁବଶୀଘ୍ର ଏହି କପଲ ତାଙ୍କ ପ୍ରଥମ ସନ୍ତାନର ପ୍ୟାରେଣ୍ଟସ ହେବାକୁ ଯାଉଛନ୍ତି।

ଏସବୁ ଭିତରେ, ପ୍ରେଗ୍ନେଟ ଓ୍ବାଇଫଙ୍କୁ ଖୁବ ଭଲ ପାଉଥିବା ରାହୁଲ ତାଙ୍କ ପାଇଁ ସବୁବେଳେ କିଛି ନା କିଛି ସ୍ପେଶାଲ କରୁଛନ୍ତି। ନିକଟରେ ସିଙ୍ଗର ତାଙ୍କ ଅଭିନେତ୍ରୀ ପତ୍ନୀଙ୍କୁ ବହୁତ ମହଙ୍ଗା ଉପହାର ଦେଇଛନ୍ତି।
ବଡେ ଅଚ୍ଛେ ଲଗତେ ହୈ ୩ ଅଭିନେତ୍ରୀ ଦିଶା ପରମାର ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସ୍ବାମୀ ରାହୁଲ ବୈଦ୍ୟଙ୍କଠାରୁ ମିଳିଥିବା ମହଙ୍ଗା ଉପହାରର ଝଲକ ସେୟାର କରିଛନ୍ତି। ଭିଡିଓରେ ଦିଶା ରାହୁଲଙ୍କ ଦ୍ୱାରା ଉପହାର ପ୍ରାପ୍ତ ଏକ ବିଳାସପୂର୍ଣ୍ଣ ରୋଲେକ୍ସ ଘଣ୍ଟା ଦେଖାଇଥିଲେ, ଯାହାର ମୂଲ୍ୟ ୧୨ଲକ୍ଷ ଟଙ୍କା ବୋଲି କୁହାଯାଉଛି। ରାହୁଲଙ୍କ ଏହି ଆଶ୍ଚର୍ଯ୍ୟଜନକ ଉପହାର ପାଇଁ ଅଭିନେତ୍ରୀ ଖୁସି ଏବଂ କୃତଜ୍ଞତା ଜଣାଇଛନ୍ତି। ଏହି ଭିଡିଓରେ ସେ କହିଥିଲେ, ‘ତୁମର ସମୟ ବର୍ତ୍ତମାନ ବଦଳିବାକୁ ଯାଉଛି।’ ଭିଡିଓ ସେୟାର କରି ଦିଶା ଲେଖିଛନ୍ତି, ‘ମୋ ପିଲା ମୋତେ ମୋର ପ୍ରଥମ ରୋଲେକ୍ସ ଦେଇଛି ଏବଂ ମୁଁ ଶାନ୍ତ ରହିପାରିବି ନାହିଁ! ଧନ୍ୟବାଦ ରାହୁଲ ବୈଦ୍ୟ… ଲେଡି ବହୁତ ଖୁସ ହୈ!’

Share