ଜାତୀୟ ଗଣମାଧ୍ୟମରେ ପ୍ରେମିକାଙ୍କୁ ପ୍ରପୋଜ କଲେ ରାହୁଲ ବୈଦ୍ୟ

ବମ୍ବେ: ଜାତୀୟ ଗଣମାଧ୍ୟମରେ ପ୍ରେମିକାଙ୍କୁ ବିବାହ ପାଇଁ ପ୍ରପୋଜକୁ ନେଇ ଚର୍ଚ୍ଚାରେ ରାହୁଲ ବୈଦ୍ୟ। ବିଗ୍‌ବସ୍‌ର ଚଳିତ ସଂସ୍କରଣରେ ସେ ପ୍ରତିଯୋଗୀ ଭାବେ ଓହ୍ଲାଇଛନ୍ତି। ଘରେ ସେ ଏକୁଟିଆ ଖେଳି ଆସୁଛନ୍ତି। ଶୋ’ର ଅନ୍ୟତମ ପ୍ରତିଯୋଗୀ ନିକ୍କି ତମ୍ବୋଲୀଙ୍କ ସହ ଭିନ୍ନ ସମ୍ପର୍କ ଗଢ଼ିବାକୁ ଚେଷ୍ଟା କରିଥିଲେ ରାହୁଲ। ହେଲେ ହଠାତ୍‌ ଅଭିନେତ୍ରୀ ଦିଶା ପରମାରଙ୍କୁ ପ୍ରପୋଜ କରିଥିବା ଦେଖିବାକୁ ମିଳିଛି।

ବୁଧବାର ଦିଶାଙ୍କ ଜନ୍ମଦିନ। ଏହି ଅବସରରେ ରାହୁଲ ନିଜର ମନକଥା ତାଙ୍କୁ କହିବେ। ଗତ ଦୁଇ ବର୍ଷ ଧରି ତୁମକୁ ଜାଣେ। ମୋତେ ଲାଗୁଛି ତୁମେ ଦୁନିଆର ସବୁଠାରୁ ସୁନ୍ଦର ଝିଅ। ତୁମେ ମୋତେ ବିବାହ କରିବ କି? ବୋଲି ରାହୁଲ କହିଛନ୍ତି। ଆଜି ପ୍ରସାରିତ ହେବାକୁ ଥିବା ଏପିସୋଡରେ ତାହା ଦେଖିବାକୁ ମିଳିବ। ଅପରପକ୍ଷେ ଏହାର ଉତ୍ତରରେ ଦିଶା କ’ଣ କହିବେ ତାହା ଦେଖିବାକୁ ବାକି ରହିଲା।

Share