ନୂଆଦିଲ୍ଲୀ,୧୩।୬: ଇଡି ଅଫିସରେ ରାହୁଲଙ୍କୁ ୩ ଘଣ୍ଟା ଜେରା କରାଯାଇଛି। ସୋମବାର ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡିରେ ହାଜର ହୋଇଥିଲେ ରାହୁଲ ଗାନ୍ଧି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ପରେ ରାହୁଲଙ୍କୁ ପଚରାଉଚରା କରାଯାଇଥିଲା। ଇଡିରେ ହାଜର ହେବାକୁ ଆଜି ରାହୁଲ ଗାନ୍ଧି ଶତାଧିକ କଂଗ୍ରେସ କର୍ମୀଙ୍କ ସହ ଏକ ଶୋଭାଯାତ୍ରାରେ ବାହାରି ଇଡି କାଯର୍ୟାଳୟରେ ପହଞ୍ଚିଥିଲେ। ଇଡିର ବରିଷ୍ଠ ଅଧିକାରୀ ରାହୁଲଙ୍କ ଜେରା କରିଥିବା ଜଣାପଡିଛି। ଏପରିକି ପିଏଲ୍ଏମ୍ଏ ଆଇନର ଧାରା ୫୦ ଆଧାରରେ ରାହୁଲଙ୍କ ବୟାନ ରେକର୍ଡ କରାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଏହାକୁ ବିରୋଧ କରି କେତେକ କଂଗ୍ରେସ କର୍ମକର୍ତ୍ତା ସତ୍ୟାଗ୍ରହ କରୁଛନ୍ତି।