ନୂଆଦିଲ୍ଲୀ,୨୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଶୁକ୍ରବାର ଜମ୍ମୁ-କଶ୍ମୀରରେ ପ୍ରବେଶ କରିଛି। ଏହି ସମୟରେ କିଛି ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ରାହୁଲ ଗାନ୍ଧୀ ଏକ କଳା ଜ୍ୟାକେଟ୍ ପିନ୍ଧିଥିବାର ନଜର ଆସିଥିଲେ। ଏଭଳି ପରିସ୍ଥିତିରେ ଲୋକେ ଭାବୁଥିଲେ ଯେ, ଥଣ୍ଡା ଭୟରେ ରାହୁଲ ଗାନ୍ଧୀ ଜ୍ୟାକେଟ୍ ପିନ୍ଧିଛନ୍ତି। ହେଲେ ବାସ୍ତବରେ ରାହୁଲ ଗାନ୍ଧୀ ଜ୍ୟାକେଟ୍ ନୁହେଁ ବରଂ ରେନ୍କୋର୍ଟ ପିନ୍ଧିଥିବା ଦଳ ପକ୍ଷରୁ କୁହାଯାଇଛି।
ଶୁକ୍ରବାର ସକାଳେ ଜମ୍ମୁ-କଶ୍ମୀରର ଅନେକ ସ୍ଥାନରେ ବର୍ଷା ହୋଇଥିଲା। ତେଣୁ ରାହୁଲ ଗାନ୍ଧୀ ରେନ୍ କୋର୍ଟ ପିନ୍ଧିଥିଲେ। ତେବେ ବର୍ଷ ବନ୍ଦ ହେବା ମାତ୍ରେ ରେନ୍କୋର୍ଟକୁ ଓହ୍ଲାଇଦେଇ ଏକ ଧଳା ଟି-ସାର୍ଟରେ ନଜର ଆସିଥିଲେ।