Categories: ଜାତୀୟ

ସ୍ବର୍ଣ୍ଣମନ୍ଦିରରେ ବାସନ ଧୋଇଲେ ରାହୁଲ

ଅମୃତସର,୩ା୧୦: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ସୋମବାର ପଞ୍ଜାବର ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିର ଯାଇ ସେଠାରେ ପ୍ରାର୍ଥନା କରିଛନ୍ତି। ସେଠାର ସଚଖଣ୍ଡ ଶ୍ରୀହରମନ୍ଦିର ସାହିବରେ ଥିବା ଲାଙ୍ଗର (ଗୋଷ୍ଠୀ ପାକଶାଳା)ରେ କଂଗ୍ରେସ ନେତା ସ୍ବେଚ୍ଛାକୃତ ସେବା କରିଥିଲେ। ରାହୁଲ ସେଠାରେ ବାସନ ଧୋଉଥିବାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଗାନ୍ଧୀ ଜୟନ୍ତୀ ଛୁଟି ଥିବାରୁ ସ୍ବର୍ଣ୍ଣମନ୍ଦିରରେ ସକାଳଠାରୁ ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗିଥିଲା। ପଞ୍ଜାବରେ ଶାସକ ଏଏପି ଓ କଂଗ୍ରେସ ମଧ୍ୟରେ ବିବାଦ ଦେଖାଦେଇଥିବାବେଳେ ରାହୁଲ ସେଠାକୁ ଗସ୍ତ କରିଥିଲେ। ତେବେ ସେ ରାଜନୈତିକ କାରଣ ପାଇଁ ନୁହେଁ ବ୍ୟକ୍ତିଗତ କାମରେ ଯାଇଥିଲେ ବୋଲି ଦଳ ପକ୍ଷରୁ କୁହାଯାଇଛି।

Share