Advertisement

ଲେହ-ଲଦାଖରେ ପିତାଙ୍କ ଜନ୍ମଦିନ ପାଳିବେ ରାହୁଲ

ନୂଆଦିଲ୍ଲୀ,୧୮।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲେହ-ଲଦାଖ ଯାତ୍ରା ବର୍ତ୍ତମାନ ଦୁଇ ଦିନରୁ ୨୫ ଅଗଷ୍ଟକୁ ବୃଦ୍ଧି ପାଇଛି। ପାର୍ଟି ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ରାହୁଲ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମଦିନ ଅଗଷ୍ଟ ୨୦ରେ ପାଙ୍ଗୋଙ୍ଗ ହ୍ରଦରେ ପାଳନ କରିବେ।
ଅଗଷ୍ଟ ୫, ୨୦୧୯ରେ ଆର୍ଟିକିଲ ୩୭୦ ଏବଂ ୩୫ (ଏ) ରଦ୍ଦ ହେବା ପରେ ରାହୁଲଙ୍କର ଏହା ହେଉଛି ପ୍ରଥମ ଗସ୍ତ। ରାହୁଲ ନିଜ ଗସ୍ତରେ କାରଗିଲ ମେମୋରିଆଲ ପରିଦର୍ଶନ କରିବେ। ଲେହରେ ଏକ ଫୁଟବଲ ମ୍ୟାଚ ମଧ୍ୟ ଦେଖିବେ। ରାହୁଲ ତାଙ୍କ କଲେଜ ସମୟରେ ଜଣେ ଫୁଟବଲ ଖେଳାଳି ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share