Categories: ଜାତୀୟ

ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ରାହୁଲ!

ନୂଆଦିଲ୍ଲୀ,୯।୬: ବରିଷ୍ଠ ସାମ୍ବାଦିକ ତଥା ତ୍ରୁଣମୂଳ କଂଗ୍ରେସ ରାଜ୍ୟ ସଭା ଏମପି ସାଗାରିକା ଘୋଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି।
ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବେ। ସେ ରବିବାର ସା ୭ଟା ୧୫ରେ ରାଷ୍ଟ୍ରପତି ଭବନରେ ତାଙ୍କ କ୍ୟାବିନେଟ ସହିତ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ଗ୍ରହଣ କରାଇବେ। ଶପଥ ଗ୍ରହଣ ସମାରୋହରେ ନେପାଳ, ବାଂଲାଦେଶ, ଶ୍ରୀଲଙ୍କା ସମେତ ଅନେକ ଦେଶର ନେତା ଯୋଗ ଦେଉଛନ୍ତି। କଂଗ୍ରେସ ପକ୍ଷରୁ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଉଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀ ଶନିବାର ନବ ନିର୍ବାଚିତ ଏମପିଙ୍କୁ ଭେଟିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ରବିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ତ୍ରୁଣମୂଳ କଂଗ୍ରେସ ଯୋଗଦେବ ନାହିଁ।

Share