Categories: ରାଜ୍ୟ

କଂଗ୍ରେସ ଶାସନକୁ ଆସିଲେ ଚାଷୀଙ୍କ ଋଣଛାଡ଼, ମହିଳାଙ୍କୁ ମାସିକ ମିଳିବ ୮,୫୦୦ ଟଙ୍କା: ଓଡ଼ିଶାରେ ରାହୁଲଙ୍କ ୫ ଗ୍ୟାରେଣ୍ଟି

ଭୁବନେଶ୍ୱର,୩।୫: ଶୁକ୍ରବାର ରାୟଗଡ଼ା ସମାବେଶକୁ ଭର୍ଚୁଆଲ ମୋଡରେ ସମ୍ବୋଧନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଜନସଭାରେ ଓଡ଼ିଶାବାସୀଙ୍କୁ ୫ ଗ୍ୟାରେଣ୍ଟି କଥା କହିଛନ୍ତି। କଂଗ୍ରେସ ଶାସନକୁ ଆସିଲେ ଚାଷୀଙ୍କ ଋଣଛାଡ଼ ହେବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯିବ ରାହୁଲ କହିଛନ୍ତି।

ରାହୁଲ ଆହୁରି କହିଛନ୍ତି, ବିଏ ଏବଂ ଡିପ୍ଲୋମାଧାରୀଙ୍କୁ ଚାକିରିରେ ଅଗ୍ରାଧିକାର ମିଳିବ। ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ଜାତିଗତ ଗଣନା ହେବ। ସେହିପରି ଗରିବ ପରିବାରର ମହିଳାଙ୍କୁ ମାସିକ ୮,୫୦୦ ଟଙ୍କା ମିଳିବ। ସରକାରୀ ଓ ବେସରକାରୀ ଚାକିରିରେ ମହିଳାଙ୍କୁ ୫୦% ସଂରକ୍ଷଣ ସହ ମନରେଗା ଯୋଜନାରେ ଶ୍ରମିକଙ୍କୁ ୪୦୦ ଟଙ୍କା ମଜୁରୀ ପ୍ରଦାନ କରାଯିବ।

ଉତ୍ତର ପ୍ରଦେଶ ରାଏବରେଲୀରୁ ଲଢିବେ ରାହୁଲ । ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ନାମାଙ୍କନର ଶେଷ ତାରିଖ ଥିବା ବେଳେ ନାମାଙ୍କନ ଭରିବା ପାଇଁ ରାଏବରେଲି ଗସ୍ତ କରିଥିଲେ। ଏହି କାରଣରୁ ରାହୁଲ ରାୟଗଡା ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଥିଲେ।