Categories: ଜାତୀୟ

ରାହୁଲଙ୍କ ବୟସ ୫୦ ବର୍ଷ, ହେଲେ ବୁଦ୍ଧି ୫ ବର୍ଷ ପିଲା ଭଳି: ଶିବରାଜ…

ବେଙ୍ଗାଲୁରୁ,୨୬।୪ : କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଖୁବ କମ ସମୟ ବାକି ଥିବାରୁ ସମସ୍ତ ରାଜନୈତିକ ଦଳ ପ୍ରଚାର ଅଭିଯାନରେ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଉଛନ୍ତି। ବୁଧବାର ଭାଜପାର ବହୁ ବଡ ନେତା ନିର୍ବାଚନୀ ପ୍ରଚାରକୁ ଡେଇଁଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ କର୍ନାଟକ ଗସ୍ତରେ ଅଛନ୍ତି। ଏକ ରାଲିରେ ଶିବରାଜ ରାହୁଲ ଗାନ୍ଧୀଙ୍କୁ କଡ଼ା ସେମାଲୋଚନା କରିବା ସହିତ ତାଙ୍କ ପ୍ରତି କଟାକ୍ଷ କରିଛନ୍ତି। ସେ କହିଛନ୍ତି, ରାହୁଲଙ୍କ ବୟସ ୫୦ ବର୍ଷ, ହେଲେ ବୁଦ୍ଧି ୫ ବର୍ଷ ପିଲା ଭଳି।

ମାନସିକ ବିକାଶ ଦୃଷ୍ଟିରୁ ସେ ଅପରିପକ୍ୱ। ଯେତେବେଳେ କୋର୍ଟ ତାଙ୍କୁ ଦଣ୍ଡିତ କରିଥିଲେ ସେଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରିଥିଲେ। ସେ କ’ଣ କହିବେ ଜାଣନ୍ତି ନାହିଁ । ସେ ପ୍ରତଶ୍ରୁତି କରିବାକୁ ସକ୍ଷମ କି? ତାଙ୍କ ପ୍ରତି ଲୋକେ କିଭଳି ଆଶା ବିଶ୍ୱାସ କରିବେ।

Share