ରାହୁଲଙ୍କ ବଡ଼ ଘୋଷଣା, ଜୁଲାଇ ୪ରୁ ଅକାଉଣ୍ଟକୁ ଆସିବ ଟଙ୍କା, ଅଙ୍ଗନବାଡି କର୍ମୀଙ୍କୁ ମିଳିବ…

ବଲାଙ୍ଗୀର,୧୫।୫: ବଲାଙ୍ଗୀରରେ କଂଗ୍ରେସ କରିଛି ତଗଡା ପ୍ରଚାର। କୋଶଳ କଳାମଣ୍ଡଳ ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଜନସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ଏ ଯେଉଁ ଲଢେଇ ଚାଲିଛି ତାହା ୨ ବିଚାରଧାରା ମଧ୍ୟରେ ରହୁଛି । କିନ୍ତୁ ପ୍ରଥମଥର କୌଣସି ରାଜନୈତିକ ଦଳ ଦେଶକୁ କହିଛି ଯେ, ନିର୍ବାଚନ ଜିତିଲେ ଦେଶର ସମ୍ବିଧାନକୁ ପରିବର୍ତ୍ତନ କରିଦେବେ ।

ରାହୁଲ କହିଛନ୍ତି, ଭାଜପା ୨୨ ଜଣଙ୍କୁ କୋଟିପତି କରିଛି କିନ୍ତୁ କଂଗ୍ରେସ କୋଟି କୋଟି ଲୋକଙ୍କୁ ଲକ୍ଷପତି କରିବାକୁ ନିଷ୍ପତ୍ତି ନେଇଛି । ଏନେଇ ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରିଛୁ । ୪ ଜୁନ ୨୦୨୪ରେ ଇଣ୍ଡିଆ ମେଣ୍ଟର ସରକାର ହେବ । ଏହାର ଠିକ ପରେ ଭାରତର ସବୁ ଗରିବ ଲୋକଙ୍କ ତାଲିକା ପ୍ରସ୍ତୁତ କରାଯିବ । ଯେଉଁଥିରେ ସବୁ ବର୍ଗର ଗରିବ ପରିବାରର ଲୋକ ରହିବେ । ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କୁ ମାସିକ ୮୫୦୦ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିବ । ସରକାର ଗଢିବାର ଗୋଟିଏ ମାସ ମଧ୍ୟରେ ଅଥାର୍ତ ୪ ଜୁଲାଇରେ ୮୫୦୦ ଟଙ୍କା ଆସିବ । ବାର୍ଷିକ ୧ ଲକ୍ଷ ଟଙ୍କା ଗରିବ ପରିବାରର ମହିଳାଙ୍କ ଆକାଉଣ୍ଟକୁ ଯିବ । କୋଟି କୋଟି ଗରିବ ପରିବାରର ମହିଳାଙ୍କୁ ଲକ୍ଷପତି କରିବୁ । ଏହାଦ୍ୱାରା ଆମେ ଭାରତର ଆର୍ଥିକ ଇଞ୍ଜିନ ପୁଣିଥରେ ଷ୍ଟାର୍ଟ କରିବୁ ।

ଭାରତର ଚାଷୀଙ୍କର ଋଣ ଛାଡ କରାଯିବ । ଚାଷୀଙ୍କ ପାଇଁ ଏମଏସପି ଗ୍ୟାରେଣ୍ଟି ଆସିବ । ମୋଦୀ ଚାଷୀଙ୍କ ପାଇଁ ୩ କଳା ଆଇନ ଆଣିଥିଲେ । କିନ୍ତୁ କଂଗ୍ରେସ ଚାଷୀଙ୍କୁ ଋଣ ଛାଡ କରିବ, ଗ୍ୟାରେଣ୍ଟି ଏମଏସପି, ଫସଲବୀମା ଟଙ୍କା ଗୋଟିଏ ମାସ ମଧ୍ୟରେ ମିଳିବ । ମନେରଗା ଶ୍ରମିକଙ୍କୁ ୪୦୦ ଟଙ୍କା ଦୈନିକ ମିଳିବ । ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ଦୁଇଗୁଣା କରିବ କଂଗ୍ରେସ । ୩୦ ଲକ୍ଷ ସରକାରୀ ଚାକିରି ଖାଲି ପଡିଛି । ଏହାକୁ ପୂରଣ କରିବା ସହ ଯୁବବର୍ଗଙ୍କ ପାଇଁ ପେହେଲି ନୌକରି ପକ୍କି ଯୋଜନା ଆଣିବୁ । ବେରୋଜଗାର ଗ୍ରାଜୁଏଟଙ୍କୁ ଗୋଟିଏ ବର୍ଷର ଚାକିରି ନିଶ୍ଚିତ ମିଳିବ ଏବଂ ଦକ୍ଷତା ବୃଦ୍ଧି ପାଇଁ ଟ୍ରେନିଂ ଦିଆଯିବ । ଏହାସହ ବେରୋଜଗାର ଯୁବକଙ୍କ ଆକାଉଣ୍ଟରେ ବାର୍ଷିକ ଏକ ଲକ୍ଷ ଟଙ୍କା ଦିଆଯିବ ବୋଲି ରାହୁଲ କହିଛନ୍ତି ।

Share