ମୁମ୍ବାଇ, ୧୬।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲ୍ଏସ୍ଜି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍(ଏମ୍ଆଇ) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଏମ୍ଆଇର ଅଧିନାୟକ ରୋହିତ ଶର୍ମା ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ଏଲ୍ଏସ୍ଜି ଅଧିନାୟକ କେ.ଏଲ୍. ରାହୁଲଙ୍କ ନେତୃତ୍ୱରେ ଟିମ୍ ବ୍ୟାଟିଂ ଆରମ୍ଭ କରିଥିଲା। ଏଲ୍ଏସ୍ଜି ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୯୯ ରନ୍ କରିଛି। ଏମ୍ଆଇ୍ ପାଇଁ ୨୦୦ ରନ୍ର ବିଜୟ ଲକ୍ଷ୍ୟ ରନ୍ ରହିଛି।
କେ.ଏଲ୍.ରାହୁଲ ବିସ୍ଫୋରକ ବ୍ୟାଟିଂ କରି ୬୦ ବଲ୍ରେ ୧୦୩ରନ୍ କରିଥିବାବେଳେ ମନିଶ ପାଣ୍ଡେ ୨୯ ବଲ୍ରେ ୩୮ ରନ୍ କରିଛନ୍ତି।