Categories: ଜାତୀୟ

ରାହୁଲଙ୍କ କଟାକ୍ଷ,ନିର୍ବାଚନୀ ଅଫର ଶେଷ ହେବାକୁ ଯାଉଛି, ଶୀଘ୍ର ଗାଡ଼ିରେ ପେଟ୍ରୋଲ ଭର୍ତ୍ତି କରନ୍ତୁ…

ନୂଆଦିଲ୍ଲୀ, ୫।୩ : କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଭାଜପାକୁ ଘେରିବା ଆରମ୍ଭ କରିଛନ୍ତି। ରାହୁଲ କଟାକ୍ଷ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନିର୍ବାଚନୀ ଅଫର ଶେଷ ହେବାକୁ ଯାଉଛି। ଏହାପରେ ଦେଶରେ ପେଟ୍ରୋଲ ଡିଜେଲ ଦାମ ବଢ଼ିବ।

ତେଣୁ ଲୋକେ ନିଜ ନିଜ ଗାଡିରେ ଶୀଘ୍ର ପେଟ୍ରୋଲ ଡିଜେଲ ଭର୍ତ୍ତି କରିନେବା ଆବଶ୍ୟକ। ଶନିବାର ରାହୁଲ ଟୁଇଟ୍‌ କରି ଏଭଳି କହିଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଶୂକ୍ରବାର ବାରାଣସୀର ପିଣ୍ଡରା ବିଧାନସଭା ଆସନରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ ରାହୁଲ ଭାଜପା ସରକାରଙ୍କ ଉପରେ ବର୍ଷିଥିଲେ। ଭାଜପା ସରକାର କେବଳ ପ୍ରତାରଣ କରୁଥିବା ସେ ଅଭିଯୋଗ କରିଥିଲେ।

Share